www.samajalive.in
Saturday, December 13, 2025
14.1 C
Bhubaneswar

ଭାରତକୁ ଭରସା ଦେଲା ସାଉଦି ଆରବ, କମ ହେବନି ଅଶୋଧିତ ତୈଳ ଯୋଗାଣ

ନୂଆଦିଲ୍ଲୀ : ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଥିଲେ ବି ଭାରତକୁ ତେଲ ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ସୋମବାର ସାଉଦି ଆରବ ଭରସା ଦେଇଛି। ସାଉଦି ଆରବ ପକ୍ଷରୁ କୁହାଯାଇଛି ଯେ ଭାରତ ବିଶ୍ୱର ତୃତୀୟ ବଡ଼ ତେଲ ଉପଭୋକ୍ତା ଓ ସାଉଦି ଆରବଠାରୁ ଦ୍ୱିତୀୟ ସର୍ବାଧିକ ତେଲ ଆମଦାନୀ କରୁଥିବା ଦେଶ। ତେଣୁ ଭାରତକୁ ତେଲ ଯୋଗାଣରେ ହ୍ରାସ କରାଯିବ ନାହିଁ।

ସୋମବାର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ତୈଳ ବିଶୋଧନାଗାର କମ୍ପାନୀକୁ ତେଲ ଯୋଗାଣ କମ ହେବାକୁ ଦିଆଯିବ ନାହିଁ ବୋଲି ସାଉଦି ଆରମାକୋ ଅଧିକାରୀ ଭରସା ଦେଇଛନ୍ତି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଭାରତୀୟ ବିଶୋଧନାଗାର କମ୍ପାନୀ ସହ ସାଉଦି ଆରମାକୋର ସ୍ଥିତି ଉପରେ ନଜର ରଖିଛି। ପ୍ରକାଶ ଯେ ସାଉଦି ଆରବରେ ଆମେରିକା ଦ୍ୱାରା ପରିଚାଳିତ ବିଶ୍ୱର ସବୁଠୁ ବଡ଼ ଅଶୋଧିତ ତୈଳ କାରଖାନା ଉପରେ ଡ୍ରୋନ ଆ୍ରକମଣ ହୋଇଛି । ଏହା ପରଠାରୁ ତେଲ ଉତ୍ପାଦନ ଅଦ୍ଧାଧିକ କମିଯାଇଛି । ଏହାଦ୍ୱାରା ଭାରତ ଭଳି ସର୍ବାଧିକ ତେଲ ଆମଦାନୀ କରୁଥିବା ଦେଶ ବିଶେଷ ପ୍ରଭାବିତ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସାଉଦି ଆରମାକେ ଭାରତକୁ ତେଲ ଯୋଗାଣ କମ ହେବ ନାହିଁ ବୋଲି ସୋମବାର ଆଶ୍ୱସନା ଦେଇଛି। ତେବେ ଡ୍ରୋନ ଆକ୍ରମଣ ଦ୍ୱାରା ସାଉଦି ଆରବର ତେଲ ଉତ୍ପାଦନ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହାଦ୍ୱାରା ବିଶ୍ୱର ୫% ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଭାରତ ନିଜ ଆବଶ୍ୟକତାର ୮୩% ଅଶୋଧିତ ତୈଳ ଆମଦାନୀ କରିଥାଏ। ଇରାକ ପରେ ଭାରତ ସବୁଠୁ ଅଧିକ ତେଲ ସାଉଦି ଆରବଠାରୁ ଆଣିଥାଏ। କୁହାଯାଉଛି ଯେ ତେଲ ଉତ୍ପାଦନ ପ୍ରଭାବିତ ହେବା ପରେ ଅଶୋଧିଥ ତେଲ ଦର ୧୦% ବୃଦ୍ଧି ପାଇଛି। ଏଥିପାଇଁ ପେଟ୍ରୋଲ ଦର ପ୍ରାୟ ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସାଉଦି ଆରବ ଭାରତକୁ ୪.୦୩ କୋଟି ଟନ ଅଶୋଧିତ ତେଲ ବିକ୍ରି କରିଥିଲା। ଗତ ଆର୍ଥିକ ବର୍ଷରେ ଭାରତ ୨୦.୭୩ କୋଟି ଟନ ଅଶୋଧିତ ତେଲ ଆମଦାନୀ କରିଥିଲା। ସୋମବାର ଅଶୋଧିତ ତୈଳ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବ୍ରିଣ୍ଟ ଅଶୋଧିତ ତେଲ ଦର ୧୯.୫% ବୃଦ୍ଧି ପାଇ ପ୍ରତି ବ୍ୟାରେଲ ୭୧.୯୫ ଡଲାରରେ ପହଞ୍ଚିଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories