www.samajalive.in
Monday, December 15, 2025
26.1 C
Bhubaneswar

ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକଙ୍କ ପିତୃ ବିୟୋଗ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା ଭାଗିରଥୀ ନାୟକଙ୍କ ୮୮ ବର୍ଷ ବୟସରେ ଭଦ୍ରକସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ସ୍ୱର୍ଗତ ନାୟକ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ ପରେ ପରିବାର ସହ ଭଦ୍ରକରେ ରହୁଥିଲେ । ଭଦ୍ରକ ଜିଲ୍ଲା ବିଜୟ ଗଙ୍ଗାଧରପୁରର ମୂଳନିବାସୀ ସ୍ୱର୍ଗତ ନାୟକଙ୍କ ମୃତ୍ୟୁଶଯ୍ୟା ନିକଟରେ ତିନିପୁତ୍ର, ପୁତ୍ରବଧୁ ​ ଏବଂ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଜଣେ ନିଷ୍ଠାପର ମଣିଷ ଭାବରେ ପରିଚିତ ସ୍ୱର୍ଗତ ନାୟକ ଭଦ୍ରକ ସହରର ରାଣୀଚନ୍ଦ୍ର ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ ବାଲେଶ୍ୱର ଫକିରମୋହନ କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ଦୀର୍ଘ ୩୫ ବର୍ଷ ଧରି ଭଦ୍ରକ ମହାବିଦ୍ୟାଳରେ ନିଜ ଚାକିରୀ ଜୀବନ ମଧ୍ୟରେ ଅନେକ କୃତି ଛାତ୍ରଛାତ୍ରୀ ତିଆରି କରିଥିବା ବେଳେ ଭଦ୍ରକ ସହରର ବହୁ ଶିକ୍ଷାନୁଷ୍ଠାନ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଜଣେ ସ୍ପଷ୍ଠବାଦୀ ଆଉ ନିର୍ଭିକ ମଣିଷ ଭାବରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅନେକ ସାମାଜିକ ଅନୁଷ୍ଠାନ ସେ ପ୍ରତ୍ୟକ୍ଷ ଭାବରେ ଜଡିତ ଥିଲେ । ଜ୍ୟେଷ୍ଠ ପୁତ୍ର ଡାଃ.ପ୍ରଦୀପ ନାୟକ ଜଣେ ସୁନାମଧନ୍ୟ ଚିକିତ୍ସକ ତଥା ଶୁଭମ୍ ହସ୍ପିଟାଲର ପ୍ରତିଷ୍ଠାତା ଭାବରେ ସମଗ୍ର ଭଦ୍ରକ ଜିଲ୍ଲାରେ ପରିଚିତ । ପୁତ୍ରବଧୁ ପ୍ରଫେସର ଡାଃ. ଶୁଭ୍ରା ଘୋଷ କୋରାପୁଟ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ । ମଧ୍ୟମ ପୁତ୍ର ଇଂ.ପ୍ରଣବ ନାୟକ ସମ୍ଫ୍ରତି ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଭାବରେ ଆନନ୍ଦପୁର ଉପଖଣ୍ଡରେ କାର୍ଯ୍ୟ କରୁଛନ୍ତି । କନିଷ୍ଠ ପୁତ୍ର ସତ୍ୟପ୍ରକାଶ ନାୟକ ଓଡିଶାର ଜଣେ ଜଣାଶୁଣା ସାମ୍ବାଦିକ ଭାବରେ ବେଶ୍ ପରିଚିତ । କନିଷ୍ଠ ପୁତ୍ରବଧୂ ଶ୍ରମତୀ ମମତା ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାରେକ୍ଟର ଭାବରେ କାର୍ଯ୍ୟରତ । ସ୍ୱର୍ଗତ ନାୟକଙ୍କ ଏକମାତ୍ର ଜାମାତା ଇଂ ମାନସ ରଂଜନ ପଟ୍ଟନାୟକ ନିକଟରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାବରେ କାର୍ଯ୍ୟରୁ ଅବସର ନେଇଛନ୍ତି । ନାତୀ ନାତୁଣୀ ଡ. ପଲ୍ଲବୀ ନାୟକ, ପୁରବୀ ନାୟକ, ବର୍ଷା ପ୍ରିୟଦର୍ଶନୀ, ହିମାଦ୍ରୀ ପଟ୍ଟନାୟକ ଏବଂ ବିଠଲ ନାୟକ ପ୍ରମୂଖ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକଙ୍କ ପିତା ଭାଗୀରଥି ନାୟକଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସ୍ବର୍ଗତ ଭାଗରଥୀ ନାୟକଙ୍କ ବିୟୋଗରେ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories