www.samajalive.in
Saturday, December 13, 2025
21.1 C
Bhubaneswar

ସ୍ଥାନୀୟ ସଂକ୍ରମଣ ରୋକିବାକୁ ପ୍ରଶାସନର ପଦକ୍ଷେପ

ଦେବଗଡ: ଜିଲ୍ଲାରେ କରୋନା ସଂକ୍ରମଣର ବୃଦ୍ଧି ଓ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇ ତ୍ୱରିତ୍‍ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମିତ ସମସ୍ତ ସ୍ଥାନୀୟ ବ୍ୟକ୍ତିଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତି କରାଯିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଛି। ସ୍ଥାନୀୟ ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଦେବଗଡ ପୌରାଞ୍ଚଳ ଓ ତିଲେଇବଣି ବ୍ଲକ ଅନ୍ତର୍ଗତ କଲଣ୍ଡା ପଞ୍ଚାୟତର କେତେକ ଅଞ୍ଚଳ ବୁଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସଂଗେ ସଂଗେ ସଂପୃକ୍ତ ଅଞ୍ଚଳରେ କୋଭିଡ କାର୍ଯ୍ୟରେ ନିୟୋଜିତ କୋଭିଡ ଯୋଦ୍ଧାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସ୍ଥାନୀୟ ସଂକ୍ରମଣ ଚିହ୍ନଟ ପରେ ସହରର ବିଭିନ୍ନ ୱାର୍ଡରେ କୋଭିଡ ଟେଷ୍ଟକୁ ବ୍ୟାପକ କରାଯାଇଛି। ଜିଲ୍ଲାପାଳ ଏବଂ ସନିକଟସ୍ଥ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାସ୍ତାଘାଟକୁ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। ଜିଲ୍ଲାପାଳ ଶ୍ରୀ ସାମଲ କୋଭିଡ ହସ୍ପିଟାଲ ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ କାର୍ଯ୍ୟରତ ଅନ୍ୟାନ୍ୟ ଡାକ୍ତରଓ ଷ୍ଟାଫଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ କେତେକ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଫୋନ ଯୋଗେ କଥାବାର୍ତା କରିଥିଲେ। ଏହା ବ୍ୟତୀତ ଜିଲ୍ଲାପାଳ ସହରର ବିଭିନ୍ନ ୱାର୍ଡରେ ଖୋଲାଯାଇଥିବା କୋଭିଡ ଟେଷ୍ଟିଂ ସେଣ୍ଟର  ପରିଦର୍ଶନ କରିଥିଲେ। ସଂକ୍ରମଣକୁ ପ୍ରତିହତ କରିବାପାଇଁ ପ୍ରଶାସନ ପକ୍ଷରୁ ରାପିଡ ଆଣ୍ଟିଜେନ ଟେଷ୍ଟକୁ ତ୍ୱରାନିତ କରିବାପାଇଁ ନିଷ୍ପତି ନିଆଯାଇ ମଙ୍ଗଳବାର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଓପିଡି ଏବଂ ଆଇପିଡିକୁ ଆସୁଥିବା ରୋଗୀ ଏବଂ ଇଚ୍ଛୁକ ବ୍ୟକ୍ତିମାନଙ୍କର କୋଭିଡ ଟେଷ୍ଟ କରାଯିବାକୁ ନିଷ୍ପତି ନିଆଯାଇଛି। ସେହିଭଳି ବ୍ଲକସ୍ତରରେ ଏବଂ ପୈାରାଞ୍ଚଳରେ ଟିମ ଗଠନ କରାଯାଇ କ୍ଲଷ୍ଟର ଭିତିରେ ଟେଷ୍ଟ କରାଯିବାକୁ ସ୍ଥିର କରାଯାଇଛି। ପ୍ରତ୍ୟେକ ଦିନ ହଟ୍‍ ସ୍ପଟ୍‍ ଜିଲ୍ଲାମାନଙ୍କରୁ ଆସୁଥିବା ଲୋକମାନଙ୍କର ତଥ୍ୟ ବର୍ଡରପଏଣ୍ଟରେ ସଂଗ୍ରହ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରତ୍ୟେକ ବର୍ଡର ପଏଣ୍ଟ ନିମନ୍ତେ ଗୋଟିଏ ଗୋଟିଏ ସେଲ ଗଠନ କରାଯିବ, ଯେଉଁମାନେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ବ୍ୟକ୍ତିମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବେ ଏବଂ ସେମାନଙ୍କୁ ସଂଗରୋଧରେ ରହିବାପାଇଁ ପରାମର୍ଶ ଦେବା ସଂଗେ ସଂଗେ ଏହାର କାର୍ଯ୍ୟକାରୀତା ତଦାରଖ କରିବେ। ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ଏହାର ଦାୟୀତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ସୋମବାର ସୁଦ୍ଧା ଜିଲ୍ଲାରେ ମୋଟ ୧୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମ୍ମରୁ ୯୪ ଜଣ ଆରୋଗ୍ୟ ହୋଇଛନ୍ତି ଓ ବର୍ତମାନ ୭ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories