www.samajalive.in
Saturday, December 6, 2025
26.1 C
Bhubaneswar

ରକ୍ଷାବନ୍ଧନ ଅବସରରେ ବାଜିମାତ୍‍ କଲା ‘ସତ୍ୟମେବ ଜୟତେ’

ନୂଆଦିଲ୍ଲୀ : ରକ୍ଷାବନ୍ଧନ ଅବସରରେ ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ରକୁ ବହୁତ ଲାଭ ମିଳିଛି ଓ ଏହାର ଆୟ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୨ ସପ୍ତାହ ହୋଇସାରିଛି। ଖବର ଅନୁସାରେ ପ୍ରଥମ ସପ୍ତାହରେ ଭଲ ଆୟ କରିବା ପରେ ଦ୍ୱିତୀୟ ସପ୍ତାହରେ ଏହାର ଆୟ ହ୍ରାସ ପାଇଥିଲା। ଅପର ପାର୍ଶ୍ବରେ ଏହି ଚଳଚ୍ଚିତ୍ର ସହିତ ମୁକ୍ତିଲାଭ କରିଥିବା ‘ଗୋଲ୍ଡ’ ଏହି ବର୍ଷର ୧୦୦ କୋଟି ରୁ ଊର୍ଦ୍ଧ୍ବ ଆୟ କରିଥିବା ଅଷ୍ଟମ ଚଳଚ୍ଚିତ୍ର ହେବାକୁ ଯାଉଛି। ଏହି ଦୁଇ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିଲା।
ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ କରିଥିବା ଟ୍ୱିଟ୍‍ ଅନୁସାରେ, ଦ୍ୱିତୀୟ ସପ୍ତାହରେ ଚଳଚ୍ଚିତ୍ରର ଆୟ ହ୍ରାସ ପାଇଥିଲା। ହେଲେ ଦ୍ୱିତୀୟ ରବିବାର ରକ୍ଷାବନ୍ଧନ ଅବସରରେ ଚଳଚ୍ଚିତ୍ରର ଭଲ ବ୍ୟବସାୟ ହୋଇଥିଲା ଓ ଆୟ ବୃଦ୍ଧି ପାଇଥିଲା। ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ବର୍ତ୍ତମାନ ମଧ୍ୟ ପ୍ରେକ୍ଷାଳୟ ମାନଙ୍କରେ ଦର୍ଶକଙ୍କ ଭିଡ଼ ଲାଗି ରହିଛି। ଗତ ସପ୍ତାହର ଖରାପ ବ୍ୟବସାୟ ସତ୍ତ୍ବେ ଏହି ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଠିକ୍‍ଠାକ୍‍ ଆୟ କରଛିି ଓ ଏହା ଏକ ହିଟ୍‍ ଫିଲ୍ମ ଭାବେ ପରିଗଣିତ ହୋଇଛି। ‘ସତ୍ୟମେବ ଜୟତେ’ ଏକ ମଲ୍ଟି ଷ୍ଟାରର୍‍ ଚଳଚ୍ଚିତ୍ର। ଏଥିରେ ଜନ୍‍ ଆବ୍ରାହମ, ମନୋଜ ବାଜପେୟୀ, ନୋରା ଫତେହୀ ପ୍ରମୁଖ ଅଭିନୟ କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories