www.samajalive.in
Saturday, December 6, 2025
26.1 C
Bhubaneswar

ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : କରୋନା ଭାଇରସ୍ ସମଗ୍ର ବିଶ୍ବକୁ ଗ୍ରାସ କରିବାକୁ ବସିଥିବା ବେଳେ ଏହାର ନିରାକରଣ ପାଇଁ କୌଣସି ଡ଼ାକ୍ତରୀ ଚିକିତ୍ସା ବା ଔଷଧ ବାହାରିନଥିବାରୁ କେବଳ ସଚେତନା ଦ୍ବାରା ହିଁ କରୋନାରୁ ରକ୍ଷା ମିଳିପାରିବ। ଏହି ସଚେତନତା ଗଣମାଧ୍ୟମରେ ଜୋରସୋରରେ ଆଲୋଚନା ହେଉଥିବା ଯୋଗୁଁ ଆଜି ସମସ୍ତଙ୍କ ମନରେ ସଚେତନତା ଜାଗ୍ରତ ହୋଇଛି। କିନ୍ତୁ ଏହି ଆଲୋଚନା ଶୁଣିପାରୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସଚେତନ ଆଣିବା ସମ୍ଭବ ହୋଇନଥାଏ।
ଏହାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭଲ ଭାବରେ ଅନୁଭବ କରିପାରିଥିଲେ। ଫଳରେ ଶୁଣିପାରୁ ନଥିବା ଏହି ସବୁ ପିଲାମାନେ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରହୁଛନ୍ତି ସେହିସବୁ ଅନୁଷ୍ଠାନ କର୍ତ୍ତୁପକ୍ଷଙ୍କୁ ଉକ୍ତ ବିଭାଗ ତରଫରୁ ଶିକ୍ଷାନୁଷ୍ଠାନ ଗୁଡିକରେ ରହୁଥିବା ଏହି ସବୁ ପିଲାମାନଙ୍କ ମାଧ୍ୟମରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ଓ ଏହି ମୂକ ବଧିର ପିଲାମାନଙ୍କୁ ମାସ୍କ, ସାନିଟାଇଜର, ଡେଟଲ ସାବୁନ ଓ ହାଣ୍ଡୱାସ୍ ଆଦି ଦେବାପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ଉକ୍ତ ବିଭାଗ ନେଇଥିବା ପଦକ୍ଷେପ ଫଳରେ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟ ତରଫରୁ ଉକ୍ତ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କରୋନା ସଚେତନତା କାର୍ୟ୍ୟକ୍ରମ ଆଜି ଆୟୋଜନ କରାଯାଇ ସଚେତନତା କରାଯାଇଥିଲା ଓ ସମଗ୍ର ଛାତ୍ରଛାତ୍ରୀଙ୍କୁ ମାସ୍କ, ସାନିଟାଇଜର, ଡେଟଲ ସାବୁନ ଓ ହାଣ୍ଡୱାସ୍ ଆଦି ବଣ୍ଟନ କରାଯାଇଥିଲା ଏବଂ କଲେଜକୁ ଛୁଟି ଘୋଷଣା କରାଯାଇଛି। ବିଭାଗର ଏହି ପଦକ୍ଷପକୁ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟୀ ନିରୋଜା ଲକ୍ଷ୍ମୀ ମହାପାତ୍ର ସ୍ବାଗତ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories