www.samajalive.in
Saturday, December 6, 2025
19.1 C
Bhubaneswar

ଶନିବାର ଦିନ ଏହି କଥା ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଧାର୍ମିକ ମାନ୍ୟତା ଅନୁଯାୟୀ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କର୍ମ ଅନୁଯାୟୀ ହିଁ ପ୍ରଭୁ ଶନିଦେବ ଫଳ ପ୍ରଦାନ କରିଥାଆନ୍ତି। ଶନିଙ୍କ କୁପ୍ରଭାବ ପଡ଼ିଲେ ଜୀବନରେ ବହୁ ବାଧାବିଘ୍ନ ଓ ସମସ୍ୟା ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ବାରଟି ଶନିଦେବଙ୍କୁ ସମର୍ପିତ। ଏହିଦିନ ଆମକୁ ଏପରି କେତେକ କାର୍ଯ୍ୟ ଅଛି ଯାହାକୁ କରିବା ଦ୍ୱାରା ଶନିଙ୍କ କୋପ ପଡ଼ିଥାଏ। ଜାଣନ୍ତୁ ….
ଜାଣିଶୁଣି କାହାର ଅଯଥାରେ ଅପମାନ କରନ୍ତୁ ନାହିଁ। ଶନିବାର ଦିନ ଏହି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅସହାୟଙ୍କ ଅପମାନ ଆଦୌ କରନ୍ତୁ ନାହିଁ।
ଶନିବାର ଦିନ ତେଲର ଦାନ ନିଶ୍ଚୟ କରନ୍ତୁ। ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁଙ୍କୁ ତେଲ ଅର୍ପଣ କଲେ ଶନିଦୋଷରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ଏହି ଦିନ ଘରକୁ ଲୁହା କିମ୍ବା ଲୁହାରେ ପ୍ରସ୍ତୁତ ବସ୍ତୁ କିଣି ଆଣନ୍ତୁ ନାହିଁ। ମାତ୍ର ଲୁହାର ଦ୍ରବ୍ୟ ଦାନ କରିବା ଖୁବ ଶୁଭ।
ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷର ପୂଜା କରନ୍ତୁ। ଜଳ ଅର୍ପଣ କରନ୍ତୁ। ଦୀପ ଲଗାନ୍ତୁ ଓ ସାତ ଥର ପରିକ୍ରମା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ।
ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ପ୍ରଭୁ ଶନିଦେବ ପ୍ରସନ୍ନ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories