ଶନିବାର ରାଶିଫଳ ୧୦.୦୯.୨୦୨୨

ମେଷ: ଜ୍ଞାନ ପିପାସୁ ହୋଇପାରନ୍ତି। ଦିବ୍ୟ ପ୍ରେରଣାଦାୟୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି କର୍ମକ୍ଷେତ୍ରରେ ଆଲୋକ ପଥର ଯାତ୍ରୀ ହୋଇପାରନ୍ତି। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ବାଣିଜ୍ୟ କାରବାରରୁ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି।
ମିଥୁନ: ଅଖଣ୍ଡ କ୍ଷମତାର ବିକେନ୍ଦ୍ରୀକରଣ ଦ୍ବାରା ଜନସାଧାରଣଙ୍କ ବିଶ୍ବାସଭାଜନ ହେବେ। ଉଦ୍ୟୋଗୀ ହେବେ। ସ୍ଥିତପ୍ରଜ୍ଞ ଭାବେ ଲୋକଙ୍କ ପ୍ରତି କୋମଳ ମନୋଭାବର ହେବେ।
କର୍କଟ: ମାୟାର ଚାରି ସେନାପତି ଲୋଭ, ମୋହ, କାମ, କ୍ରୋଧର ବଶବର୍ତ୍ତୀ ହୋଇପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କଲେ ବିପଦମୁକ୍ତ ହେବେ। ଅଷ୍ଟମ ଚନ୍ଦ୍ରର ପୀଡ଼ା ଯନ୍ତ୍ରଣାଦାୟକ ଓ ଦୁର୍ଦଶାଗ୍ରସ୍ତ କରିପାରେ।
ସିଂହ: ଚେତନାର ଉଳ ପ୍ରଦୀପ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ଦୟାଳୁ ଓ ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି। ସପତ୍ନୀକ ସେବା ଭାବନାରେ ଭାବିତ ହେବେ।
କନ୍ୟା: ଅଟକଳ କାଟଛାଣ୍ଟ କରି ସ୍ବଳ୍ପ ଧନରେ ଗୁଜରାଣ ମେଣ୍ଟାଇପାରନ୍ତି। ବଳବାନ୍‌ ଶତ୍ରୁକୁ କୌଶଳରେ ପରାସ୍ତ କରିବାରେ ସକ୍ଷମ ହେବେ। ଜଣେ ଦକ୍ଷ ଓ ବିଶ୍ବସ୍ତ କର୍ମଚାରୀଭାବେ ଉଚ୍ଚବର୍ଗଙ୍କ ପ୍ରିୟପାତ୍ର ହେବେ।
ତୁଳା: ଭାଷା ପରମ କଲ୍ୟାଣୀୟ ହେବ। ପୁଣ୍ୟବାନ୍‌ ଓ ସବିମଳ ଯଶର ଅଧିକାରୀ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
ବିଛା: ଜ୍ଞାନ କୌଶଳରେ ଭାଇ, ଭଉଣୀଙ୍କ ମଧ୍ୟରେ ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। କୃଷକଙ୍କ ହିତାର୍ଥେ ସମୟ ଦାନ କରିପାରନ୍ତି। ପରିଶ୍ରମ କଠିନ ହେଲେ ବି, ତାହା ଲାଭଦାୟକ ହେବ। କରିତ୍‌କର୍ମା ହେବେ।
ଧନୁ: ନମ୍ରତାର ପ୍ରତୀକ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହେବ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ଗୁଣର ପ୍ରସାର ଘଟିବ। ବିବେକ ରୂପକ ମହାର୍ଘ ସମ୍ପଦର ସୁବିନିଯୋଗ କରିପାରନ୍ତି।
ମକର: ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଈପ୍‌ସିତ ଧନପ୍ରାପ୍ତିର ସୂଚନା ମିଳୁଛି। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗକୁ ବାଛି ନେଇପାରନ୍ତି। ପରିଧାନରେ ପରିଚୟ ନାହିଁ। କର୍ମ ପରିଚୟ ସୃଷ୍ଟି କରିବ।
କୁମ୍ଭ: ଶ୍ରୀଚନ୍ଦ୍ର ପ୍ରେରଣାଦାୟୀ କରିପାରେ। ଆପଣଙ୍କ ବିଶ୍ବବିସ୍ମୟ ଲେଖା ସାରସ୍ବତ ପରିବେଶକୁ ମଧୁମୟ କରିପାରେ। ନୂତନତା ଭିତରେ ପୂର୍ଣ୍ଣତାର ଅଭ୍ୟୁଦୟ ହେବ। ଆହାର ସ୍ବାସ୍ଥ୍ୟପ୍ରଦ ହେବ।
ମୀନ: ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାପନ୍ନ ହେବେ। ଦିନଟି ମଙ୍ଗଳମୟ ହୋଇପାରେ। ସାଧନାର ଅନ୍ତିମ ପର୍ଯ୍ୟାୟ ପରମାତ୍ମା ପ୍ରାପ୍ତିର କାମନା କରିପାରନ୍ତି। ଭକ୍ତଙ୍କ ସେବାରେ ଧନ ବ୍ୟୟ କରିବେ।

Comments are closed.