ଶନିବାର ରାଶିଫଳ ୦୬.୧୧.୨୦୨୧

ମେଷ: ଶାରୀରିକ ସ୍ତରରେ ପୀଡ଼ା ଉପୁଜିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଗ ଅଛି। ଦେବ, ଗୁରୁ ଓ ବ୍ରାହ୍ମଣଙ୍କ ଭକ୍ତ ହେବେ। ନିଜ ଅର୍ଜିତ ଧନ ଦେବ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି।
ବୃଷ: ପ୍ରୀତିଲାଭର ସୂଚନା ମିଳୁଛି। ଆଜିର ଘଟଣା ସୁଖବୋଧ ହୋଇପାରେ। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ସୁଷମ ଖାଦ୍ୟରେ ଆନନ୍ଦ ଅନୁଭବ କରିବେ।
ମିଥୁନ: ଶତ୍ରୁର ଆତ୍ମବଡ଼ିମାକୁ ପରାହତ କରିପାରନ୍ତି। ଶୁଭଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବତାବରଣ ଅନୁକୂଳ ଅଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କର୍କଟ: ପତ୍ନୀଙ୍କ ସଞ୍ଚିତ ଧନ ଭୋଗ କରିପାରନ୍ତି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପାଠପଢ଼ାରେ ମନ ଲାଗି ରହିବ।
ସିଂହ: ପରିଶ୍ରମର ମୂଲ୍ୟ ମିଳିବ। କୃଷି ଓ କ୍ଷେତ ଉପରେ ଧ୍ୟାନ ଦେବେ। ଯାନବାହନ ଓ ଗୃହ ସୁଖ ମିଳିବ। ଉଚ୍ଚ ପଦପଦବୀରେ ଆସୀନ ହୋଇପାରନ୍ତି। ସନ୍ମାର୍ଗୀ ହେବେ। ବିଦ୍ୟା ରୂପକ ମହାଜ୍ଞାନ ପ୍ରାପ୍ତ ହେବେ।
କନ୍ୟା: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଅସାଧୁ ଓ ଦୁଷ୍ଟ ପ୍ରକୃତି ଲୋକଙ୍କଠାରୁ ଦୂରେଇ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଶାନ୍ତ, ଭଦ୍ର ଓ ପରୋପକାରୀ ହୋଇପାରନ୍ତି।
ତୁଳା: ମନ ଚଞ୍ଚଳ ରହିବ। ବ୍ୟବସାୟରୁ ପୁତ୍ରଠାରୁ ସ୍ବଳ୍ପ ଧନ ମିଳିପାରେ। ସ୍ବାର୍ଥ ତ୍ୟାଗ କରିପାରନ୍ତି। ମତିମାନ୍‌ ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ଭଲ ଆୟ ହେବ। ସରକାରୀ ବା ବନ୍ଧୁଙ୍କ ଯୋଗୁଁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: କାର୍ଯ୍ୟରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିପାରନ୍ତି। ସେବା, ବ୍ୟବହାର, କୃଷି କର୍ମ ଓ ପ୍ରବଞ୍ଚନାରେ ଧନ ବ୍ୟୟ କରିପାରନ୍ତି। ମଧୁର କଥାରେ ବିରୋଧୀଙ୍କୁ ବଶ କରିବେ।
ମକର: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ମିଳିବାର ସୂଚନା ମିଳୁଛି।
କୁମ୍ଭ: କୁଳୋଚିତ, କୀର୍ତ୍ତିଯୁକ୍ତ, ସ୍ଥିର, ଆଦରଯୁକ୍ତ ଓ ଦ୍ବିଜଭକ୍ତ ହେବେ। କୁଳପ୍ରଦୀପ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ବିବାଦରେ ବିଜୟୀ ହେବେ।
ମୀନ: କାର୍ଯ୍ୟକ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

Comments are closed.