www.samajalive.in
Saturday, December 13, 2025
26.1 C
Bhubaneswar

ତୃଣମୂଳରେ ମିଶିବେ ଶତ୍ରୁଘ୍ନ ; ରାଜନୀତି ଛାଡ଼ିଲେ ରଜନୀକାନ୍ତ

ପାଟନା/ଚେନ୍ନଇ : ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ଅଭିନେତା ତଥା କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହେବେ। ଆସନ୍ତା ୨୧ରେ ସେ ବିଧିବଦ୍ଧ ଭାବେ ତ୍ରୁଣମୂଳରେ ଯୋଗଦେବା ସମ୍ଭାବନା ରହିଛି। ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ସ୍ବୀକାର କରାଯାଇଛି। ପୂର୍ବରୁ ତାଙ୍କର ବରିଷ୍ଠ ସହଯୋଗୀ ଯଶୋବନ୍ତ ସିହ୍ନା ତୃଣମୂଳରେ ଯୋଗ ଦେଇଛନ୍ତି।

ଅପରପକ୍ଷରେ ତାମିଲ ତଥା ହିନ୍ଦୀ ଚଳଚ୍ଚିତ୍ର ତାରକା ରଜନୀକାନ୍ତ ରାଜନୀତି ପ୍ରତି ବୀତସ୍ପୃହ ହୋଇପଡ଼ିଛନ୍ତି। ନିକଟରେ ଶେଷ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜସ୍ବ ରାଜନୈତିକ ଦଳ ‘ରଜନୀ ମାକାଲ ମାଣ୍ଡ୍ରାମ୍‌’ ଗଠନ କରି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସଜବାଜ ହେଉଥିଲେ; କିନ୍ତୁ ଅସୁସ୍ଥତା ଯୋଗୁଁ ଏଥିରେ ନିବୃତ୍ତ ରହିଥିଲେ। ହଠାତ୍‌ ସୋମବାର ସେ ଦଳକୁ ଭାଙ୍ଗି ଦେବା ସହ ଭବିଷ୍ୟତରେ କେବେ ରାଜନୀତିକୁ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ଦଳ ପ୍ରଶଂସକଙ୍କ କଲ୍ୟାଣ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ସାରି ଆମେରିକାରୁ ଫେରିଥିବା ରଜନୀକାନ୍ତ ଆରଏମ୍ଏମ୍‌ ଜିଲା ସମ୍ପାଦକ ଓ କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ସନ୍ଧ୍ୟାରେ ଭେଟି ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ ପ୍ରବେଶ ନେଇ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories