www.samajalive.in
Saturday, December 6, 2025
15.1 C
Bhubaneswar

ଦେବଶିଳ୍ପୀଙ୍କ ପୂଜାରେ ଉତ୍ସବମୁଖର ଦକ୍ଷିଣ ରାଉରକେଲା

ସାରନଗରୀ :ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଦକ୍ଷିଣ ରାଉରକେଲାର ସାରନଗରୀ ସମେତ ଲାଠିକଟା, ଜଲଦା, ଆଇଡ଼ିଏଲ, ବାଲିଯୋଡ଼ି ଆଦିରେ ଥିବା ବୈଷୟିକ ଛୋଟ ବଡ଼ ଶିକ୍ଷାନୁଷ୍ଠାନରେ ଆୟୋଜିତ ହୋଇଯାଇଛି । ଦକ୍ଷିଣ ରାଉରକେଲାର ବିଭିନ୍ନ କ୍ଷୁଦ୍ର ଶିଳ୍ପାନୁଷ୍ଠାନ,ଗ୍ୟାରେଜ,ପେଟ୍ରୋଲ ପମ୍ପ, ଗାଡ଼ି ସ୍ପେୟାର ପାର୍ଟସ ଦୋକାନ ଆଦି ଗୁଡ଼ିକରେ ମଧ୍ୟ ବିଶ୍ୱକର୍ମା ପୂଜାର ଆୟୋଜନ କରାଯାଇ ଦେବଶିଳ୍ପୀଙ୍କୁ ଆବାହନ କରାଯାଇଥିଲା । ବିଶେଷ କରି ଏହି ଅଂଚଳରେ ବସବାସ କରୁଥିବା ବୈଷୟିକ ଛାତ୍ରଛାତ୍ରୀମାନେ ଏହି ପୂଜାକୁ ଜାକଜମକରେ ପାଳନ କରିଥିଲେ । ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଜଲଦା ସେକ୍ସନ ଅଫିସ, ସାରନଗରୀ ମା’ ମଙ୍ଗଳା ଛକ, ରଙ୍ଗିଲା ଛକ, ମଡ଼ର୍ଣ୍ଣଇଣ୍ଡିଆ, ଆଇଡ଼ିଏଲ ଛକ, ନବକୃଷ୍ଣନଗର, ସୋନାପର୍ବତ, ଅସୁରଛାପଲ, ରାମଯୋଡ଼ି ଆଦି ଗ୍ରାମାଂଚଳରେ ଉକ୍ତ ପୂଜା ପାଳନ କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories