www.samajalive.in
Friday, December 5, 2025
26.1 C
Bhubaneswar

ମାଇକ୍ରୋ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଲୁଟ୍‍ ଘଟଣା ; ୫ ଡକାୟତ ଗିରଫ

ରେଢ଼ାଖୋଲ :ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ଲୁଟ୍‍ ଘଟଣାର ପର୍ଦ୍ଦାଫାସ ହେବା ସହ ପୁଲିସକୁ ଏକ ବଡ ସଫଳତା ମିଳିଛି। ଚଳିତ ମାର୍ଚ୍ଚ ମାସରୁ ବର୍ତ୍ତମାନ ସୁଦ୍ଧା ଡକାୟତ ମାନେ ବିଭିନ୍ନ ଥାନା ଅଂଚଳର ପ୍ରାୟ ୬/୭ ଏଜେଣ୍ଟଙ୍କ ଠାରୁ ଲୁଟ୍‍ କରିଥିବା ଘଟଣାରେ ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୧୨ ହଜାର ଟଙ୍କା ,୭ଟି ମୋବାଇଲ୍‍, ୩ଟି ବାଇକ୍‍ ଓ ଚୋରି ସମୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଅଇଁଠାପାଲି ଥାନା ବୁଢାରଜା ଭୀମଭୋଇ ନଗରରେ ରହୁଥିବା ସୁନିଲ କୁମାର ବେହେରା(୩୭) ଓରଫ, ମିଡିଆ,ବାବୁ, ବାଲିଆ, ସୋନପୁର ଜିଲ୍ଲା ସୁବଳାୟା ଥାନା ଆମସରଭଟା ଗ୍ରାମର ରମେଶ ଭୋଇ (୩୨), ଜଟେଇସିଂଗା ଗ୍ରାମର ଗଂଗାଧର ବାଦି(୩୫),କାଦପଡା ହରିଜନସାହିର ସୁଶାନ୍ତ ଲୁହା (୨୮)ଓରଫ ଦୟାନିଧ,କମିରା ଗ୍ରାମରା ଗ୍ରାମର କାହ୍ନୁଚରଣ ତାଣ୍ଡି (୨୬)।
ଘଟଣାରୁ ଜଣାପଡିଛି , ରେଢ଼ାଖୋଲ ଥାନା ସମେତ, ଚାରମାଳ, ଜୁଜୁମୁରା, ନାକ୍ଟିଦେଉଳ, କିସିଣ୍ଡା ଓ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ମାଇକ୍ରୋଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ବାରମ୍ବାର ଲୁଟ୍‍ ହେବା ଘଟଣା ପୁଲିସର ମୁଣ୍ଡବ୍ୟଥା ବଢାଇଦେଇଥିଲା। ଚଳିତ ମାସ ୮ ତାରିଖ ଦିନ ଅନ୍ନପୁର୍ଣ୍ଣା ଫାଇନାନନ୍ସ କମ୍ପାନୀର କର୍ମଚାରୀ ନାକ୍ଟିଦେଉଳ ବ୍ଲକର ଘୁଷୁରାମାଳ, ଝାଟକିମାଳ, ଲାଣ୍ଡିମାଳ ଓ ରାଇଲ୍‍ ଗ୍ରାମ ଗୁଡିକରୁ ସ୍ୱୟଂ ସହାୟିକା ଗୋଷ୍ଠିର ଋଣ ପରିଶୋଧ ଅର୍ଥ ଆଦାୟ କରି ନାକ୍ଟିଦେଉଳ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଚରଡପସି ଠାରେ ଲୁଟେରା ମାନେ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ୪୦ହଜାର ୭୫୦ ଟଙ୍କା ଲୁଟି ନେଇଥିଲେ। ଏନେଇ ସେ ତତ୍‍କ୍ଷଣାତ ରେଢ଼ାଖୋଲ ପୁଲିସକୁ ସୁଚନା ଦେଇଥିଲେ। ଖବର ପାଇ ରେଢ଼ାଖୋଲ ପୁଲିସ ପୁରୁଣା ଷ୍ଟେଟ୍‍ ବ୍ୟାଙ୍କ ଛକରେ ଲାଗିଥିବା ସିସି ଟିଭି ଫୁଟେଜ୍‍କୁ ଆଧାର କରି ତଦନ୍ତ ଚଳାଇଥିଲା। ଲୁଟେରା ମାନେ ଲୁଟ୍‍ ଟଙ୍କା ନେଇ ରେଢ଼ାଖୋଲ ଠାରୁ ତ୍ରିବଣପୁର ଦେଇ ସୁବଳୟା ଆଡକୁ ଯାଉଥିବା ବେଳେ ପୁଲିସ ତ୍ରିବଣପୁର ଅଂଚଳର ଲୋକଙ୍କୁ ଖବର ଦେଇଥିଲା। ଖବର ପାଇ ସେହି ଅଂଚଳର ଲୋକମାନେ ତତ୍ପରତା ସହିତ ଜଗିରହି ଥିବା ବେଳେ ଦ୍ରୁତଗତିରେ ଯାଉଥିବା ବାଇକ୍‍ ସଂଦେହ କରି ଘେରି ଯାଇଥିଲେ। ଲୁଟେରା ମାନେ ଘଟଣା ସ୍ଥଳରେ ବାଇକ୍‍ ଛାଡିଦେଇ ଜଙ୍ଗଲ ଆଡକୁ ଫେରାର୍‍ ହୋଇଯାଇଥିଲେ।  ପୁଲିସ ପହଞ୍ଚି ବାଇକ୍‍ କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ଲୁଟ୍‍ ଘଟଣାର ସୁରାକ୍‍ ପାଇଥିଲା। ଏନେଇ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍‍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି,ସାଇବର ସେଲ୍‍,ଟେକ୍ନିକାଲ ଟିମ୍‍ ର ସହାୟତାରେ ତଦନ୍ତ କରିବା ସହ ଚଡଉ କରିଥିଲା। ଚଢଉ ସମୟରେ ପୁର୍ବରୁ ଏସକେ ଏସ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ସୋନପୁର ଜିଲା ସୁବଳୟା ଥାନା ଜଟେଇସିଂଗା ଗ୍ରାମର ଗଂଗାଧର ଓ ଆମସରଭଟା ଗ୍ରାମର ରମେଶ ଙ୍କୁ ଗିରଫ କରିବା ପରେ ଏହି ଘଟଣାର ମାଷ୍ଟର ମାଇଣ୍ଡ ସୁନିଲ କୁମାର ବେହେରା ଓରଫ ମିଡିଆ/ବାବୁ/ବାଲିଆ ବୋଲି ଜାଣିବାକୁ ପାଇଥିଲା।
ତେବେ ଲୁଟ୍‍ ପାଇଁ ସୁନିଲ ଯୋଜନା କରି ଅନ୍ୟ ୪ ଜଣଙ୍କୁ ଡକାଇ ବାଇକ୍‍ ରେ ବିଭିନ୍ନ ସ୍ଥାନରେ ରଖି ଗ୍ରାମ ମାନଙ୍କରୁ ମାଇକ୍ରୋଫାଇନାନ୍ସ  କମ୍ପାନୀର ଏଜେଣ୍ଟ ମାନେ ଋଣ ପରିଶୋଧ ଅର୍ଥ ଆଦୟ କରି ଫେରୁଥିବା ସମୟରେ ବିଭିନ୍ନ ଜଙ୍ଗଲିଆ ସ୍ଥାନରେ ରହି ଲୁଟ୍‍ କରି ଫେରାର୍‍ ହୋଇଯାଉଥିଲେ। ପୁଲିସ ବାଇକ୍‍ ଜବତ କରିଛି।
ସୁଚନା ଯୋଗ୍ୟ ଯେ ଲୁଟ୍‍ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୁନିଲଙ୍କ ନାମରେ ରେଢ଼ାଖୋଲ, ଚାରମାଳ, ଜୁଜୁମୁରା, କିଆକଟା ଓ ଛେଣ୍ଡପଦା ଥାନାରେ ଗୋଟିଏ ଲେଖାଁ ମାମଲା ଥିବା ବେଳେ ଅନୁଗୋଳ ଥାନାରେ ୩ଟି ମାମଲା ରହିଛି। ସୁଶାନ୍ତଙ୍କ ନାମରେ କଣ୍ଟାମାଳ ଥାନାରେ ଗୋଟିଏ ମାମଲା ରହିଛି। ରମେଶ ଓ ଗଂଗାଧର, କାହ୍ନୁଚରଣ, ସୁଶାନ୍ତଙ୍କ ନାମରେ ରେଢ଼ାଖୋଲ, ଚାରମାଳ ଓ ନାକ୍ଟିଦେଉଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ସୁନିଲ ଓ ରମେଶ ଭୋଇଙ୍କ ନାମରେ ଜୁଜୁମୁରା, କିସିଣ୍ଡା, ସୁନ୍ଦରଗଡ ଜିଲ୍ଲା ତଳସରା,ସମ୍ବଲପୁର ଜିଲ୍ଲା ଶାସନ ଓ ସୋନପୁର ଜିଲ୍ଲା ସୁବଳାୟା ଥାନାରେ ୭ଟି ମାମଲା ରହିଛି। ଲୁଟ୍‍ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ,ଚାରମାଳ ଥାନା ଅଧିକାରୀ ବସନ୍ତ କୁମାର ଦଳାଇ,ନାକ୍ଟିଦେଉଳ ଥାନା ଅଧିକାରୀ ବିଭୁତି ଭୁଷଣ ଦଳାଇ, କିସିଣ୍ଡା ଥାନା ଅଧିକାରୀ ପ୍ରଶାସନ୍ତ କୁମାର ସାମଲ ଓ ଜୁଜୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କ ସହଯୋଗରେ ସମ୍ଭବ ହୋଇପାରିଛି। ଆଜି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଏକ ସାମ୍ବାଦିକ ସମ୍ମିଳନୀ କରି  ସୂଚନା ଦେଇଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories