www.samajalive.in
Sunday, December 14, 2025
14.1 C
Bhubaneswar

ଭିନ୍ନକ୍ଷମ ଯୁବତୀଙ୍କୁ ସରକାରୀ ସହାୟତା ଦାବି

ବଙ୍ଗୋମୁଣ୍ଡା : ଗରିବ,ଅସହାୟ,ଦିବ୍ୟାଙ୍ଗ,ବାର୍ଦ୍ଧକ୍ୟ,ବିଧବା ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରୁଛନ୍ତି। ତଥାପି ପ୍ରଶାସନିକ ଅବହେଳା ତଥା ଜନସଚେତନତା ଅଭାବରୁ ବର୍ତ୍ତମାନ ମଧ୍ୟ ଅନେକ ଅସହାୟ ବ୍ୟକ୍ତି ସରକାରୀ ସହାୟତା ନପାଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରଶାସନିକ ଆନ୍ତରିକତା ଅଭାବରୁ ଯୋଜନା ପ୍ରହସନ ପାଲଟିଛି। ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରାମର ମହର ସିଂ ରଣାଙ୍କ ମାନସିକ ବିକୃତ ଝିଅ ଜାନକୀ ରଣା (୩୫) ଅନେକ ଥର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୧୫ ବର୍ଷ ବୟସରୁ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଧାର ଉଧାର କରି ଜାନକୀଙ୍କ ଚିକିତ୍ସା କରିଥିଲେ ମଧ୍ୟ କିଛି ଲାଭ ହେଲା ନାହିଁ। ଗରିବ ବାପା ମା ପେଟ ପାଟଣା ଚିନ୍ତାରେ ଘାରି ହେଉଥିବା ବେଳେ ଅନ୍ୟପଟେ ମାନସିକ ବିକୃତ ଝିଅ ର ଚିନ୍ତା ପରିବାର ଲୋକଙ୍କୁ ବ୍ୟଥିତ କରି ପକାଉଛି। ସବୁବେଳେ ଝିଅର ଭବିଷ୍ୟତ ଚିନ୍ତାରେ ଘାରି ହେଉଛନ୍ତି ବୃଦ୍ଧ ବାପା ମାଆ। ବାରମ୍ବାର ପ୍ରଶାସନ ଠାରେ ଆବେଦନ କରିଥିଲେ ମଧ୍ୟ ଜାନକୀଙ୍କୁ ବିକଳାଙ୍ଗ ଭତ୍ତା ଖଣ୍ଡିଏ ମିଳିନାହିଁ। ପ୍ରଶାସନ ତୁରନ୍ତ ଏହି ଗରିବ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ସହ ଜାନକୀଙ୍କୁ ଭିନ୍ନକ୍ଷମ ଭତ୍ତା ଏବଂ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହୋଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories