www.samajalive.in
Monday, December 8, 2025
13.1 C
Bhubaneswar

୨୨ରୁ ‘ସାରେଗାମାପା ଲିଟିଲ୍ ଚାମ୍ପ୍‌ସ- ଆଜି ଛୋଟ କାଲି ଉସ୍ତାଦ’

ଭୁବନେଶ୍ବର: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ସାରେଗାମାପା ଲିଟିଲ୍ ଚାମ୍ପ୍‌ସ- ଆଜି ଛୋଟ କାଲି ଉସ୍ତାଦ’। ଜୀ-ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ଯେ, ଏହି ମେଗା ରିଆଲିଟି ଶୋ’ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛି ଆସନ୍ତା ଜୁଲାଇ ୨୨ରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା୩୦ରେ। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାରମାନଙ୍କ ପାଇଁ ଏହି ଶୋ ଏକ ବଡ ପ୍ଲାଟ୍‌ଫର୍ମ । ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଭରପୁର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା ଲିଟିଲ୍ ଚାମ୍ପ୍‌ସ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି।

ଓଡ଼ିଶାର କିଛି ପ୍ରମୁଖ ସହରରେ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’ ପାଇଁ ଅଡିସନ୍ ସରିଛି। ଏଥର ଆଗ ଅପେକ୍ଷା ସମ୍ପୂର୍ଣ୍ଣ ନୂଆ ଓ ବଡ଼ ଧରଣର ମଞ୍ଚ ପ୍ରସ୍ତୁତ ହୋଇଛି ଓ ନୂଆ ରୂପ ପାଇଛି ଜୀ-ସାର୍ଥକର ଏହି ଲୋକପ୍ରିୟ ରିଆଲିଟି ଶୋ। ଏଥର ଲୋକପ୍ରିୟ ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିବେ, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଜାତୀୟ ସ୍ତରର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରା। ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍‌ଲି ରଥ।

- Advertisement -

ଏଥର ଆହୁରି ବଡ଼ ଧରଣର ହେବାକୁ ଯାଉଛି ‘ସାରେଗାମାପା ଲିଟିଲ ଚାମ୍ପସ- ଆଜି ଛୋଟ କାଲି ଉସ୍ତାଦ’। ଏହି ରିଆଲିଟି ଶୋ’ର ବିଜେତା ନିଶ୍ଚୟ ଭାବରେ ଓଡ଼ିଆ ମନୋରଂଜନ ଜଗତରେ ବହୁ ସୁଯୋଗର ହକଦାର ହେବେ। ଏହି ଶୋ’ ର ପ୍ରମୁଖ ଆକର୍ଷଣ ସାଜିଥିବା ସଙ୍ଗୀତ ଜଗତର ତିନି ଲୋକପ୍ରିୟ କଳାକାର କ୍ରୀଷ୍ଣା ବେଉରା, ଅସୀମା ପଣ୍ଡା ଓ ଗୁଡଲି ରଥଙ୍କ ପରି ବିଚାରକମାନେ କୁନି ପ୍ରତିଯୋଗୀଙ୍କୁ ତାଙ୍କ ସଙ୍ଗୀତରେ ଦକ୍ଷତା ଅନୁଯାୟୀ ପରଖିବେ। ତେଣୁ ଏହି ପ୍ରତିଯୋଗିତାର ପ୍ରତ୍ୟେକ ଏପିସୋଡ୍ ବେଶ୍‌ ଚମତ୍କାର ହେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories