www.samajalive.in
Friday, December 5, 2025
20.1 C
Bhubaneswar

ହକିରୁ ସନ୍ୟାସ ନେଲେ ସରର୍ଦ୍ଦାର ସିଂହ

ନୂଆଦିଲ୍ଲୀ : ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସରର୍ଦ୍ଦାର ସିଂହ ବୁଧବାର ହକିରୁ ସନ୍ୟାସ ନେଇଛନ୍ତି। ସେ ୧୨ ବର୍ଷ କାଳ ହକି ଖେଳୁଥିଲେ। ଏହି ଅବସରରେ ସେ କହିଛନ୍ତି ୧୨ ବର୍ଷ ମଧ୍ୟରେ ମୁଁ ଅନେକ ମ୍ୟାଚ ଖେଳିଛି। ଏବେ ଯୁବ ଖେଳାଳୀ ମାନଙ୍କୁ ତାଲିମ୍‍ ଦେବାର ସମୟ ଆସିଛି। ତେଣୁ ମୁଁ ଏବେ ସନ୍ୟାସ ନେବାକୁ ଚାହୁଁଛି। ଏସିଆ କପରେ ଖରାପ ପଦର୍ଶନ ପରେ ସେ ଏହିଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏସିଆ କପରେ ଭାରତ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲା। ଯାହାଫଳରେ ଦଳକୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ସେ କହିଛନ୍ତି – ମୁଁ ଚଣ୍ଡିଗଡରେ ମୋ ପରିବାର, ହକି ଇଣ୍ଡିଆ ଏବଂ ମୋ ବନ୍ଧୁ ମାନଙ୍କ ସହ କଥା ହେବାପରେ ଏହି ନିଷ୍ପତ୍ତି ନେଇଛି। ମୋତେ ଲାଗୁଛି ଏବେ ହକି ପାଇଁ ଆଗକୁ ଭାବିବାର ସମୟ ଆସିଛି। ରହସ୍ୟଜନକ କଥା ହେଉଛି ଜାକର୍ତ୍ତାରେ ଏସିଆ କପ୍‍ ଖେଳିବା ସମୟରେ ସରର୍ଦ୍ଦାର ସିଂହ କହିଥିଲେ ହକି ଖେଳିବା ପାଇଁ ତାଙ୍କ ଭିତରେ ଏବେ ମଧ୍ୟ ଆଗ୍ରହ ରହିଛି। ୨୦୨୦ରେ ଟୋକିଓରେ ହେବାକୁଥିବା ଶେଷ ଅଲମ୍ପିକରେ ଖେଳିବାପାଇଁ ତାଙ୍କର ଇଛା ଥିବା କହିଥିଲେ।
ଖବର ଅନୁସାରେ ହକି ଇଣ୍ଡିଆ ରାଷ୍ଟ୍ରୀୟ ଶିିବିର ପାଇଁ ବୁଧବାର ୨୫ ଜଣିଆ ହକି ଦଳ ଘୋଷଣା କରିଛି। ଯେଉଁଥିରେ ସରର୍ଦ୍ଦାର ସିଂହ ସ୍ଥାନ ପାଇ ନାହାନ୍ତି। ଏଥିପାଇଁ ସେ ଦଳରୁ ସନ୍ୟାସ ନେଇଥିବା ଅନୁମାନ କରାଯାଉଛି। ସରର୍ଦ୍ଦାର ଦଳରେ ସ୍ଥାନ ନ ପାଇବା ସଂପର୍କରେ ପଚାରିବାରୁ ସେ ଏହି କଥାକୁ ବିଶେଷ ଧ୍ୟାନ ନଦେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନିରେ ନିଜ ସନ୍ୟାସକୁ ନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି କହିଥିଲେ।
ସରର୍ଦ୍ଦାର ଭାରତ ପାଇଁ ପ୍ରଥମେ ସିନିୟର ଦଳରେ ପାକିସ୍ତାନ ବିପକ୍ଷରେ ୨୦୦୬ ମସିହାରେ ମ୍ୟାଚ ଖେଳିଥିଲେ। ୩୨ ବର୍ଷର ଏହି ଖେଳାଳୀ ଦେଶ ପାଇଁ ୩୫୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ୨୦୦୮ ମସିହରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮ବର୍ଷ କାଳ ଭାରତୀୟ ଦଳରେ ଅଧିନାୟକ ଭାର ସମ୍ଭାଳିଥିଲେ। ତାଙ୍କ ପରେ ପିଆର ଶ୍ରୀଜେଶ ଦଳର ଅଧିନାୟକତ୍ୱ କରୁଛନ୍ତି। ସେ ୨୦୧୨ ମସିହାରେ ଅର୍ଜୁନ ପୁରସ୍କାର ଏବଂ ୨୦୧୫ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ସେ ଦୁଇଟି ଅଲମ୍ପିକରେ ଦଳର ପ୍ରତିନିଦ୍ଧିତ୍ୱ କରିଥିଲେ। ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳରୁ ତାଙ୍କୁ ବାହାର କରି ଦିଆଯାଇଥିଲା। ଏହାପରେ ସେ କଠିନ ପରିଶ୍ରମ କରି ଚମ୍ପିଆନ୍ସ ଟ୍ରଫିରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯେଉଥିରେ ଭାରତୀୟ ଦଳ ରଜତ ପଦକ ଜିତିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories