www.samajalive.in
Friday, December 12, 2025
16.1 C
Bhubaneswar

ମା’ ତାରିଣୀଙ୍କ ସୁନାବେଶ, ପୂର୍ଣ୍ଣାହୁତିରେ ନଡ଼ିଆ ଓ ଘିଅ ଦାନ

ସାରନଗରୀ : ସାରନଗରୀ ବସଷ୍ଟାଣ୍ଡ ପରିସରରେ ଥିବା ମା’ତାରିଣୀଙ୍କ ଚାରି ଦିବସୀୟ ୧୮ତମ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ସକାଳେ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଆୟୋଜିତ ହେଉଥିବା ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲ। ପ୍ରାତଃ ଚଣ୍ଡିପାଠ, ଦୁର୍ଗାସହସ୍ର ପାଠ, ସୂର୍ଯ୍ୟପୂଜା, ଗୋପୂଜା, ସପ୍ତମ ଦେବାଦେବୀ ପୂଜା ପରେ ସନ୍ଧ୍ୟାରେ ସାରନଗରୀ ସମେତ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ପୂର୍ଣ୍ଣାହୁତିରେ ନଡ଼ିଆ ଓ ଘିଅ ଦାନ କରିଥିଲେ। ଘଣ୍ଟ ଓ ହୁଳହୁଳିରେ ପ୍ରକମ୍ପିତ ହେଲା ସାରନଗରୀ। ସୁନାବେଶ ଦେଖିବାକୁ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲ। ପଣ୍ଡିତ ସୁଶାନ୍ତ ପାଢୀ, ଦୀପକ ରଂଜନ ଦାଶ, ଲକ୍ଷ୍ମୀଧର ମହାପାତ୍ର, ଦୂର୍ଗାପ୍ରସାଦ ଦାଶ ଯୋଗ ଦେଇଥିଲେ। ପଣ୍ଡିତ ହେମନ୍ତ ନନ୍ଦ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ।

 

- Advertisement -

ମା’ଙ୍କୁ ଦର୍ଶନ କରିବା ଲାଗି ତାରିଣୀ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲ। ମା’ତାରିଣୀ ପୀଠ ପରିଚାଳନା କମିଟି ପକ୍ଷରୁ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories