www.samajalive.in
Saturday, December 13, 2025
27.1 C
Bhubaneswar

ଟ୍ରକ ପଛରେ ପଶିଗଲା ବାଇକ: ଜଣେ ମୃତ

ବୌଦ୍ଧ : ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ମଥୁରା ଠାରେ ଠିଆ ହୋଇଥିବା ଟ୍ରକ ପଛରେ ଏକ ବାଇକ ପଶି ଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମଥୁରା ଛକରେ ଏକ ଟ୍ରକ ଖରାପ ହୋଇଥିବା ଯୋଗୁଁ ରାସ୍ତା କଡରେ ଠିଆ ହୋଇଥିଲା। ଗତ ରବିବାର ରାତିରେ ପୁରୁଣାକଟକ ଥାନା ଖଣ୍ଡହତା ଗ୍ରାମର ଫକିର ଶାଣ୍ଡ ଓ ହରଭଙ୍ଗା ଥାନାର ଭେଜିଗୋଡା ଗ୍ରାମର ସଂପର୍କୀୟ ଭାଇ ବିଶ୍ୱଜିତ ଦଳବେହେରାଙ୍କଙ୍କ ସହ ଏକ ବିବାହ ଭୋଜି ଖାଇ ଏକ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ମଥୁରା ଠାରେ ଠିଆ ହୋଇଥିବା ଟ୍ରକକ ପଛରେ ବାଇକ ସହ ପଶିଯାଇଥିଲେ।

 

- Advertisement -

ଘଟଣା ସ୍ଥଳରେ ଫକିର ଶାଣ୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସଂର୍ପକୀୟ ଭାଇ ବିଶ୍ୱଜିତ ଗୁରୁତର ହୋଇଥିଲେ। ଗୁରୁତର ବିଶ୍ବଜିତକୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ବାଇକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories