www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟାରେ ନିର୍ବାଚନ ପ୍ରଚାର, ଥାନାରେ ଅଭିଯୋଗ

ଚୌଦ୍ୱାର: ତ୍ରିସ୍ତରୀୟ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ବେଳେବେଳେ କିଛି ପଞ୍ଚାୟତରେ ପ୍ରଚାରକୁ ନେଇ ଦଳୀୟ ପ୍ରାର୍ଥୀ ଓ ବିରୋଧିଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜୁଛି। ଗତ କିଛି ଦିନ ତଳେ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନ ମଣ୍ଡଳିର ଆଗ୍ରାହାଟ ଗ୍ରାମରେ ଦଳୀୟ ଓ ବିରୋଧିଙ୍କ ଭିତରେ ଗଣ୍ଡଗୋଳ ଘଟି ବିରୋଧି ଦଳର ଜନୈକ ବ୍ୟକ୍ତିକୁ ପୁଲିସ କାରା ହାଜତକୁ ପଠାଇଥିବା ବେଳେ ରବିବାର ସନ୍ଧ୍ୟାରେ ନଖରା ପଞ୍ଚାୟତରେ ଆଉ ଏକ ଘଟଣାକୁ ନେଇ ଚୌଦ୍ୱାର ଥାନାରେ ୨ଟି ଏତଲା ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ନଖରା ଗ୍ରାମର ବିଜେଡିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଗଣେଶ ଚନ୍ଦ୍ର ରାଉତ ଓ ପୁର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ ସୌଜନ୍ୟ ମୁଳକ ସାକ୍ଷାତ ପାଇଁ ଯାଇଥିବା ବେଳେ ଗ୍ରାମର ଶାନ୍ତନୁ ପତି ଓ ଅନ୍ୟ ୫ଜଣ ବ୍ୟକ୍ତି ସେମାନଙ୍କୁ ଘେରିଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ସେମାନେ ଗଣେଶଙ୍କୁ ଟଣାଓଟରା କରିବା ସହିତ ସେ ହାତରେ ପିନ୍ଧିଥିବା ମୁଦି, କିଛି ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଆଗକୁ ଗ୍ରାମକୁ ଆସିଲେ ଜୀବନରେ ମାରିଦେବାକୁ ଶାନ୍ତନୁ ଓ ତାଙ୍କ ସହଯୋଗୀମାନେ ଧମକ ଦେଇଥିବା ଗଣେଶ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗଣେଶଙ୍କ ସହିତ ଥିବା କିଛି ବ୍ୟକ୍ତି ମଧ୍ୟ ପାଲଟା ଏତଲା ଦାୟର କରିଥିବା ଜଣାପଡିଛି। ପ୍ରଚାର ସମୟରେ ପୁର୍ବତନ ବିଧାୟକ ଓ ପର୍ଯ୍ୟବେକ୍ଷକ ଦଳୀୟ ଲୋକଙ୍କ ସହିତ ସନ୍ଧ୍ୟାରେ ଗ୍ରାମର ଲୋକଙ୍କୁ ଘରକୁ ଯିବା ବେଆଇନ ବୋଲି ପାଲଟା ଏତାଲାରେ ଅଭିଯୋଗ କରାଯାଇଛି। ପୁଲିସ ଏସଂକ୍ରାନ୍ତରେ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories