ଗାୟତ୍ରୀ ପ୍ରଜ୍ଞାପୀଠରେ ବାର୍ଷିକୋତ୍ସବ

ଚୌଦ୍ୱାର: ଚାରବାଟିଆସ୍ଥିତ ଗାୟତ୍ରୀ ପଜ୍ଞାପୀଠର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପବିତ୍ର ସରସ୍ୱତୀ ପୂଜା ଅବସରରେ ପୀଠରେ ଗାୟତ୍ରୀଙ୍କ ବିଭିନ୍ନ ଉପଚାର ପୂଜା ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ବିଦ୍ୟାରମ୍ଭ, ମୁଣ୍ଡନ, କାନଫୋରା, ଗାୟତ୍ରୀ ମନ୍ତ୍ର ଲିଖନ, ଅଭିଯାନ ସାହିତ୍ୟ ବିତରଣ ଆଦି ବିଭିନ୍ନ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ପରିଜନ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସାରାଦିନ ବ୍ୟାପି ଗାୟତ୍ରୀ ମନ୍ତ ଉଚ୍ଚାରଣ ପୂର୍ବକ ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ଶ୍ରଦ୍ଧାଳୁ ମାନଙ୍କୁ ପବିତ୍ର ଗାୟତ୍ରୀ ପ୍ରସାଦ ବିତରଣ କରାଯାଇଥିଲା।

Comments are closed.