www.samajalive.in
Sunday, December 7, 2025
26.1 C
Bhubaneswar

ଦାଦନ ଯନ୍ତ୍ରଣା ସୁନ୍ଦରଗଡ଼ ଜିଲାର ପିଛା ଛାଡୁନି: ଜନ୍ମମାଟିକୁ କେବେ ଫେରିବେ ଶିବ? ଅପେକ୍ଷାରେ ପରିବାର ଆରପାରିରେ ବାପା,ମା; ଝୁରୁଛି ମାଉସୀ

ସାରନଗରୀ: ଦାଦନ ଯନ୍ତ୍ରଣା ସୁନ୍ଦରଗଡ଼ ଜିଲାର ପିଛା ଛାଡୁନି। ଦାଦନ ରୁପୀ ରାକ୍ଷସର ଜାଲରେ ଛନ୍ଦି ହୋଇ ନର୍କ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନିରୀହ ଶ୍ରମଜିବୀ। ପେଟପାଟଣା ପାଇଁ ପ୍ରତିବର୍ଷ ସୁନ୍ଦରଗଡ଼ ଜିଲାରୁ ଶହଶହ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଦେଖିବାକୁ ମିଳେ। ଏହି ଦାଦନ ଶ୍ରମିକମାନଙ୍କୁ ଉପଯୁକ୍ତ ପାଉଣା ପ୍ରଦାନ ନକରିବା, ଛୁଟି ନେଇ କର୍ମସ୍ଥଳରୁ ବାସସ୍ଥଳୀକୁ ପ୍ରତ୍ୟାବର୍ତନ କରିବା, ମାନସିକ, ଶାରୀରୀକ ନିର୍ଯ୍ୟାତନା ଆଦି ଦିଆଯିବା ଭଳି ଘଟଣା ଅନେକଥର ଲୋକଲୋଚନକୁ ଆସିଥିବା ନଜିର ରହିଛି।
ସ୍ଥାନୀୟ ପ୍ରଶାସନ ଏଭଳି ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପ କରିବା ପରେ ଘଟଣାର ସମାଧାନ ହୋଇଛି ସତ, ହେଲେ ଦାଦନ ଶ୍ରମିକ ମାନେ ବାହାର ରାଜ୍ୟକୁ ଖଟିବାକୁ ଯାଇ ଅକଥନୀୟ ଯନ୍ତ୍ରଣାର ଶୀକାର ହେଉଥିବା ପ୍ରାୟତଃ ଦେଖିବାକୁ ମିଳିଛି । ଏପରି ଏକ ଘଟଣା ଏବେ ସାମନାକୁ ଆସିଛି । ବହୁ ବର୍ଷ ହେଲା ଘରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଜଣେ ଯୁବକ ଏଯାଏ ନିଜ ଜନ୍ମମାଟିକୁ ଫେରି ପାରି ନଥିବାରୁ ଏହାକୁ ନେଇ ସମଗ୍ର ପରିବାର ଚିନ୍ତାରେ ଅଛନ୍ତି।
ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ସୋନାପର୍ବତ ଗଂଜୁଟୋଲି ଅଂଚଳରେ ସପରିବାର ରୁହନ୍ତି ୭୮ ବର୍ଷିୟା ବୃଦ୍ଧା ଉଲ୍ଲାସ ଗୌଡ଼। ପରିବାର କହିଲେ ଦୁଇ ପୁଅ ରାଜୁ ଗୌଡ଼, ବିଦ୍ୟାଧର ଗୌଡ଼ ଓ ବୋହୂ ଅନୀତା। ଜଣେ ପୁଅ ରାଜୁ ଆଇଡ଼ିଏଲରେ କାର୍ୟ୍ୟରତ ଥିବା ବେଳେ, ଅନ୍ୟ ଜଣେ ବିଦ୍ୟାଧର ଆଇଡ଼ିସିରେ କାମ କରନ୍ତି। ଉଲ୍ଲାସଙ୍କ ଦୁଇ ଭଉଣୀ ବହୁ ବର୍ଷ ହେଲା ମୃତ୍ୟୁବରଣ କରି ସାରିଛନ୍ତି। ଭଉଣୀ ଲଳିତାଙ୍କ ପୁତ୍ର ପୁରୁଷୋତମ ଗୌଡ଼(ବର୍ତମାନ ବୟସ ୨୯ ବର୍ଷ) ଓରଫ ଶିବ ଗୌଡ଼କୁ ଯେତେବେଳେ ଏକ ବର୍ଷ ବୟସ ହୋଇଥିଲା ତାର ମା’ ଼ଆରପାରିକୁ ଚାଲିଗଲେ। ଶିବ ଏକୁଟିଆ ହୋଇଯିବା ପରେ ଯଶୋଦା ସାଜି ପୁତୁରାର ଲାଳନପାଳନ ଦାୟିତ୍ୱ ମୁଣ୍ଡାଇଲେ ବଡମାଉସୀ ଉଲ୍ଲାସ ଗୌଡ଼। କିଛି ବର୍ଷ ପରେ ହଠାତ ଶିବ କାହାକୁ କିଛି ନକହି ଘରୁ କୁଆଡ଼େ ଚାଲିଯିବା ପରେ ଶିବଙ୍କ ବାପା ରମା ଗୌଡ଼ ମଧ୍ୟ ପୁଅ ଚିନ୍ତାରେ ଆଖି ବୁଝିଲେ। ସେ ସମୟରେ ଶିବର ସନ୍ଧାନ ଏଣେ ତେଣେ ପରିବାର ପକ୍ଷରୁ କରାଯାଇଥିଲେ ହେଁ କୌଣସି ପତା ମିଳି ପାରିନଥିଲା ବୋଲି କୁହନ୍ତି ବଡ଼ ମାଉସୀ ଉଲ୍ଲାସ଼। ଏବେ ପରିଣତି ବୟସରେ ପୁତୁରା ଶିବକୁ ଝୁରୁଛନ୍ତି ବଡ଼ ମାଉସୀ ଉଲ୍ଲାସ ।ପୁତୁରା କେଉଁଦିନ ଘରକୁ ଫେରିବ, ତା’ ବାଟକୁ କେବଳ ଅଶ୍ରୁଳ ନୟନରେ ଚାହିିଁ ରହିଛନ୍ତି। ଆଜକୁ ଦୀର୍ଘ ୧୨ ବର୍ଷ ହେଲା ଶିବ ଘରୁ ପଳାୟନ କରିଥିବା ବେଳେ ତାଙ୍କୁ ନେଇ ସମଗ୍ର ପରିବାର ଏବେ ଚିନ୍ତାରେ। ଶିବ କେଉଁଠି ଅଛନ୍ତି, କ’ଣ କରୁଛନ୍ତି, କେମିତି ଚଳୁଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ହୋଇ ଯାଇଛି। ଶିବଙ୍କ ବଡ ମାଉସୀ ଉଲ୍ଲାସଙ୍କ କହିବା ଅନୁଯାୟୀ, ଯେତେବେଳେ ଶିବ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ପାଠରେ ଡୋରି ପଡ଼ିଲା। ଏହାର କିଛି ବର୍ଷ ପରେ ଶିବ କାହାକୁ କିଛି ନଜଣାଇ ଅଚାନକ ଭାବେ ଘରୁ କୁଆଡ଼େ ପଳାୟନ କରିଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ପାଇବାରେ ସଫଳ ହୋଇନଥିଲେ।
ଏହାର ବହୁବର୍ଷ ପରେ ଶିବ କୌଣସି ବାହାର ରାଜ୍ୟରେ ରହି ନିଜ ଜୀବିକା ନିର୍ବାହ କରୁଛି ବୋଲି ଶୁଣିବାକୁ ପାଇଥିଲେ ବୋଲି କୁହନ୍ତି ମାଉସୀ ଉଲ୍ଲାସ ଗୌଡ଼। ଏହାପରେ ଶିବଙ୍କ ମାଉସୀ ଉଲ୍ଲାସ ପୁତୁରାର ବହୁ ଜାଗାରେ ସନ୍ଧାନ କରି ଭାଙ୍ଗିପଡ଼ିବା ପରେ ଗତ ୪ ବର୍ଷ ତଳେ ଆଇଡ଼ିଏଲ ଫାଣ୍ଡି ଓ ବ୍ରାହ୍ମଣୀ ତରଙ୍ଗ ଥାନାକୁ ଯାଇ ଥାନାବାବୁଙ୍କୁ ପୁଅ ନିଖୋଜ ଥିବା କଥା ମୌଖିକ ଭାବେ ଜଣାଇଥିଲେ ସୁଦ୍ଧା, ସମୂର୍ଣ୍ଣ ରୂପେ ପୁତୁରାର ନିର୍ଦ୍ଧିଷ୍ଟ କିଛି ତଥ୍ୟ ଦେଇ ପାରିନଥିଲେ । ମାତ୍ର ଚଳିତ ବର୍ଷ ଗତ ଅକ୍ଟୋବର ୮ ତାରିଖରେ ତାଙ୍କ ପୁଅ ଜମ୍ମୁରେ ବାସ କରୁଛି ଓ ଏକ ଗାଡ଼ିରେ ଖଲାସୀ ଅବା ଡ୍ରାଇଭର ଭାବେକାର୍ୟ୍ୟ କରୁଥିବା ଖବର ଉଲ୍ଲାସଙ୍କୁ ମିଳିଥିଲା। ଏହାର କିଛି ଦିନ ପରେ ପୁତୁରା ଶିବ ଘରକୁ ଫୋନ କରି ମୋବାଇଲରେ ବଡ଼ ମାଉସୀ ଉଲ୍ଲାସଙ୍କ ସହ ବାର୍ତାଳାପ ସମୟରେ ସେ କାମ କରୁଥିବା ମାଲିକ ତାଙ୍କୁ ଘରକୁ ଛାଡ଼ୁ ନାହାନ୍ତି ବୋଲି ମାଉସୀଙ୍କୁ କହିଥିଲେ। ଏହି ଘଟଣା ଶୁଣିବା ପରେ ମାନସିକ ସ୍ତରରେ ଆହୁରି ଭାଙ୍ଗି ପଡ଼ିଛନ୍ତି ଉଲ୍ଲାସ ଗୌଡ଼। ସେ ଏହି ଘଟଣା ସମ୍ପର୍କରେ ଆଇଡ଼ିଏଲ ଫାଣ୍ଡିରେ ଲିଖିତ ଭାବେ ଅବଗତ କରିଛନ୍ତି । ତାଙ୍କ ପୁତୁରା ଶିବ ଗୌଡ଼ଙ୍କୁ ସେ କାମ କରୁଥିବା ମାଲିକଙ୍କ କବଳରୁ ଉଦ୍ଧାର କରିବାକୁ ମାଉସୀ ଉଲ୍ଲାସ ଗୌଡ଼ ସ୍ଥାନୀୟ ପ୍ରଶାସନକୁ ଆକୁଳ ଗୁହାରି ଜଣାଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories