ସରଗଶଶୀ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ପିପିଲି : ଶିଶୁ କିଶୋର ପତ୍ରିକା ‘ସରଗଶଶୀ’ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲା ଗାୟକ ପଣ୍ଡିତ ସ୍ୱର୍ଗତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ‘ସରଗଶଶୀ’ର ସଂପାଦକ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପିପିଲି ନିକଟବର୍ତ୍ତି କୁଞ୍ଜର ଗ୍ରାମରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଦାଶ ବେନହୁର, ବିରେନ୍ଦ୍ର ମହାନ୍ତି, ପ୍ରଭାତ ଚନ୍ଦ୍ର ରଥ, ରଘୁନାଥ ଜେନା, ଶରତ କୁମାର ନାୟକ, ଡ଼ଃ କାଳନ୍ଦୀ ଚରଣ ସାହୁ, ଡ଼ଃ ଶରତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆର୍ତ୍ତତ୍ରାଣ ଦାଶଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଗାୟକ ମୃଗନାଭି ରବିନ୍ଦ୍ର ପ୍ରଧାନ, ଗାୟକ ଉଦୟ ଭାସ୍କର ଦୁର୍ଯ୍ୟଧନ ନାୟକ, ବିଶିଷ୍ଟ ଶିଶୁ କିଶୋର ସାହିତ୍ୟିକ ଡ଼ଃ ହେମନ୍ତ କୁମାର ଛୋଟରାୟ, ନୀଳମଣି ଚାନ୍ଦ, କୁଞ୍ଜବିହାରୀ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପଣ୍ଡିତ ସ୍ୱର୍ଗତ ଆର୍ତ୍ତତ୍ରାଣ ଦାଶଙ୍କ ଜୀବନାଲେଖ୍ୟ ପୁସ୍ତକ ‘ସ୍ମୃତିର ରଜନୀ ଗନ୍ଧା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶିକ୍ଷାବିତ ଚରଣ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିଶୁ ସାହିତ୍ୟିକ ଡ଼ଃ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ୱର୍ଗତ ଦାଶଙ୍କ ପୁତ୍ର ସୁକାନ୍ତ କୁମାର ଦାଶ ଓ ପୁତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

Comments are closed.