www.samajalive.in
Sunday, December 14, 2025
19.1 C
Bhubaneswar

ଦୁଇ ଶକ୍ତି ପୀଠରେ ଶାରଦୀୟ ପୂଜା ଆରମ୍ଭ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ଗ୍ରାମରେ ଅଧିଷ୍ଠାତ୍ରୀ ମାଆ ଲିମେଇ ଶୁଣି ଏବଂ ଜୟନ୍ତୀ ପୁର ଗ୍ରାମରେ ଥିବା ପଶ୍ଚିମେଶ୍ୱରୀ ପୀଠରେ ୧୬ ଦିନିଆ ଶାରଦୀୟ  ପୂଜା ଆରମ୍ଭ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ଆଶ୍ୱିନ ମାସର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଷୋହଳ ଦିନ ଧରି ମା’ଙ୍କ ପୁଜା ଆରମ୍ଭ  ହୋଇଛି। ତୁମ୍ବା ଗ୍ରାମ ଠାରେ ଥିବା ମନ୍ଦିରରେ ସନ୍ଧ୍ୟାରେ ପୂଜା ଅର୍ଚ୍ଚନା କରିବା ପରେ ଆଜ୍ଞା ମାଳ ପାଇଁ ଗ୍ରାମ ଠାରୁ  ତିନି କିଲୋମିଟର ଦୂର ବଡଘର ପାହାଡ଼ ଠାରେ ଭକ୍ତ ମାନେ ପହଞ୍ଚି ପୂଜା ପାଠ କରିଥିଲେ।  ମଧ୍ୟ ରାତ୍ରୀରେ ମାଆଙ୍କ ଅଜ୍ଞାମାଳ ମିଳିବା ପରେ ଗ୍ରାମକୁ ବାଦ୍ୟ ବାଜଣା ସହକାରେ ପାଛୋଟି ଅଣାଯାଇ ଗ୍ରାମ ପରିକ୍ରମା କରାଯାଇ ପୀଠକୁ ନିଆଯାଇଥିଲା। ମାଆଙ୍କ ଆଗମନ ପାଇଁ  ପ୍ରତି ଦୁଆରେ ଲିପା ପୋଛା କରାଯିବା ସହ କୁମ୍ଭ ଓ ଦୀପ ଜାଳିବା ସହିତ  ନୂତନ ବସ୍ତ୍ର ବିଛା ଯାଇଥିଲା।  ମାଆଙ୍କୁ ଗ୍ରାମ ପରିକ୍ରମା ପରେ ଅସ୍ଥାୟୀ ପୀଠକୁ ନିଆ ଯାଇଥିଲା।  ଦୈନିକ ରୀତିନୀତି ଅନୁସାରେ ମା’ ଲିମେଇଶୁଣିଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ହେଉଥିବା ଏହି ଶାରଦୀୟ ପୂଜାରେ ଗଞ୍ଜାମ ଜିଲ୍ଲା ସମେତ ଆନ୍ଧ୍ର ଶ୍ରୀକାକୁଲମ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ମାନସିକ ପୂଜା କରିବା ସହ ଆଶୀର୍ବାଦ ଲାଭ କରିଥାନ୍ତି। ଏହି ପୂଜା ପାଇଁ  ଗ୍ରାମରେ ବିଭିନ୍ନ ଦିନ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା  ପାଇଁ ସ୍ଥିର ହୋଇଛି ।

ସେହିପରି  ଜୟନ୍ତୀପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପଶ୍ଚିମେଶ୍ୱରୀ ପୀଠରେ ମଧ୍ୟ ୧୬ଦିନିକିଆ ପୂଜା ଆରମ୍ଭ ହୋଇଛି। ଗତକାଲି ମଧ୍ୟରାତ୍ରୀରେ ମାଆଙ୍କ ଆଜ୍ଞାମାଳ ମିଳିବାପରେ  ବିରାଟ ପଟୁଆରରେ ଗ୍ରାମକୁ ନିଆଯାଇ ଅସ୍ଥାୟୀ ମନ୍ଦିରରେ ରଖା ଯାଇ ପୂଜା ପାଠ ଚାଲିଛି। ଏହି ପୂଜା ପାଇଁ ଗ୍ରାମର ବିଭିନ୍ନ ସାହି ରଙ୍ଗୀନ ଆଲୋକରେ ଝଟକୁଛି। ମାଆଙ୍କୁ ଏହି ପୂଜା ସମୟରେ ଦର୍ଶନ କଲେ ଅଧିକ ପୁଣ୍ୟ ମିଳେ ବୋଲି ବୟୋଜ୍ୟେଷ୍ଠମାନେ ମତ ଦିଅନ୍ତି। ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ଭକ୍ତ ମାଆଙ୍କୁ ଦର୍ଶନ କରିବାକୁ ଆସୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସ୍ଥିର ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories