www.samajalive.in
Saturday, December 6, 2025
16.1 C
Bhubaneswar

ସାନିଟାଇଜ୍‌ ହେଉଛି ଭୁବନେଶ୍ବର ବସ୍ତି, ଭେଣ୍ଡିଂ ଜୋନ୍ ଓ ଉଠା ଦୋକାନ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଅଗ୍ନିଶମ ବିଭାଗ ଭୁବନେଶ୍ବରର ମୁଖ୍ୟ ରାସ୍ତାଗୁଡ଼ିକୁ ସାନିଟାଇଜ୍ କରାଯାଉଛି। ତେବେ ରାଜଧାନୀର ବିଭିନ୍ନ ବସ୍ତି, ଉଠାଦୋକାନ, ଭେଣ୍ଡିଂ ଜୋନ୍ ତଥା ଅସହାୟ ନିଃସହାୟ ଲୋକମାନଙ୍କ ଗଳିକନ୍ଦି ରାସ୍ତା, ଦୋକାନ ଓ ଘରକୁ ରାଜ୍ୟ ସରକାରଙ୍କ ତରଫରୁ ସାନିଟାଇଜ୍ କରାଯାଉ ନ ଥିବା ଅଭିଯୋଗ ହେଉଛି।

ଅପରପକ୍ଷରେ ଏସବୁ ସ୍ଥାନ ସାନିଟାଇଜ୍ କରିବା ପାଇଁ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ ସରଞ୍ଜାମ କିମ୍ବା ଅର୍ଥବଳ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ପ୍ରତାପ କୁମାର ସାହୁ ମାଗଣାରେ ଭୁବନେଶ୍ବରର ବିଭିନ୍ନ ବସ୍ତି, ଉଠାଦୋକାନ ଓ ଭେଣ୍ଡିଜୋନ୍‌ଗୁଡ଼ି ସାନିଟାଇଜ୍  କରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଶ୍ରୀ ସାହୁଙ୍କ ଉଦ୍ୟମରେ ୟୁନିଟ୍-୧, ୟୁନିଟ ୨, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଆଇଆର୍‌ସି ଭିଲେଜ୍, ଗ୍ରୀଡ୍‌କୋ, ରୂପାଲି ଛକ ଭେଣ୍ଡିଂ ଜୋନ୍, ଉଠାଦୋକାନୀ ଏବଂ ଏହି ଅଞ୍ଚଳରେ ଥିବା ବସ୍ତିଗୁଡ଼ିକ ସାନିଟାଇଜ୍ କରାଯାଇଛି। ସେହିପରି ତାଙ୍କ ଉଦ୍ୟମରେ ବହୁ ଏଟିମ୍, କ୍ୟାପିଟାଲ ଥାନାର ପୋଲିସ୍ ବାରାକ୍, ପିସିଆର୍ ଭ୍ୟାନ୍, ମାଳିସାହି ପରି ବହୁ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ସାନିଟାଇଜ୍ କରାଯାଇଛି। ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଯେପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ରହୁଥିବା ଗରିବ, ବସ୍ତିବାସିନ୍ଦା, ଉଠାଦୋକାନୀମାନଙ୍କର ଘର, ଦୋକାନ ସାନିଟାଟାଇଜ୍ ନ ସରିଛି ସେ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories