www.samajalive.in
Saturday, December 13, 2025
27.1 C
Bhubaneswar

ମାତ୍ରାଧିକ ସାନିଟାଇଜର ବ୍ୟବହାର ଦ୍ବାରା ହୋଇପାରେ କ୍ୟାନ୍‌ସର: ଅଧ୍ୟୟନ

ୱାଶିଂଟନ: ଚୀନରୁ ବ୍ୟାପିଥିବା କରୋନା ମହାମାରୀ ଯୋଗୁ ଆମ ଜୀବନଶୈଳୀ ଏବଂ ଅଭ୍ୟାସରେ ପରିବର୍ତ୍ତନ ଆସିଛି। ଆମେ ସଂକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ମାସ୍କ ପିନ୍ଧିବା ସହିତ ହାତକୁ ସାନିଟାଇଜ କରୁଛୁ। ସାମାଜିକ ଦୂରତା ପାଳନ କରୁଛୁ। କିନ୍ତୁ ଏହା ଭିତରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆମେ ଯେଉଁ ସାନିଟାଇଜର ବ୍ୟବହାର କରୁଛୁ, ସେସବୁ ଭିତରୁ ୪୪ଟି ସାନିଟାଇଜରରେ କ୍ୟାନ୍‌ସର ସୃଷ୍ଟିକାରୀ ବିପଜ୍ଜନକ ରସାୟନିକ ଉପାଦାନ ରହୁଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

କରୋନା ଯୋଗୁ ବିଶ୍ବବ୍ୟାପୀ ସାନିଟାଇଜର ବ୍ୟବହାର ବୃଦ୍ଧି ପାଇଛି। କରୋନା ଭୂତାଣୁକୁ ରୋକିବା ପାଇଁ ହସ୍ପିଟାଲଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ସାନିଟାଇଜର ବ୍ୟବହାର କରାଯାଉଛି। ଏଭଳି ସ୍ଥିତିରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସାନିଟାଇଜର ବ୍ୟବହାର କରିବା ସ୍ବାସ୍ଥ୍ୟ ପ​‌କ୍ଷେ କେତେ ହିତକର, କ୍ୟାନ୍‌ସର କିମ୍ବା ଚର୍ମ ନଷ୍ଟ ହେବାର ଆଶଙ୍କା ରହିଛି କି ନାହିଁ, ତାହା ଜାଣିବା ଲାଗି ନ୍ୟୁ ହେଭେନସ୍ଥିତ ଅନ୍‌ଲାଇନ ଫାର୍ମାସୀ ୱେଲିଜର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ବିଭିନ୍ନ ବ୍ରାଣ୍ଡ୍‌ର ୨୬୦ରୁ ଅଧିକ ହ୍ୟାଣ୍ଡ ସାନିଟାଇଜରର ବିସ୍ତୃତ ଅଧ୍ୟୟନ କରାଯାଇଥିଲା, ଯେଉଁଥିରୁ ୪୪ରୁ ଅଧିକ  ସାନିଟାଇଜରରେ ବେଞ୍ଜିନ୍‌ ସମେତ କ୍ୟାନ୍‌ସର ସୃଷ୍ଟିକାରୀ ଅନେକ ବିପଜ୍ଜନକ ରସାୟନିକ ଦ୍ରବ୍ୟ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ୱେଲିଜର ପକ୍ଷରୁ ଆମେରିକା ଖାଦ୍ୟ ଏବଂ ଔଷଧ ବିଭାଗ (ଏଫଡିଏ)କୁ ଏକ ଚିଠି ଲେଖି ଅବଗତ କରାଯାଇଛି।

- Advertisement -

ବେଞ୍ଜିନ ଏକ ତରଳ ରସାୟନିକ ପଦାର୍ଥ, ଯାହାର କୌଣସି ରଙ୍ଗ ନାହିଁ। କିନ୍ତୁ ସାଧାରଣ ଘରର ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହା ହଳଦିଆ ରଙ୍ଗରେ ବଦଳିଯାଏ। ବେଞ୍ଜିନର ଅଧିକ ସମ୍ପର୍କରେ ଆସିଲେ ଶରୀରରେ ରକ୍ତ କଣିକା ଠିକ୍‌ଭାବେ କାମ କରେନାହିଁ। ବେଳେବେଳେ ଲାଲ୍‌ ରକ୍ତ କଣିକା ତିଆରି ହେବା ବନ୍ଦ ହୋଇଯାଏ କିମ୍ବା ଶ୍ବେତ ରକ୍ତ କଣିକା କମ୍‌ ହୋଇଯାଏ। ଯାହା ଫଳରେ ଶରୀରର ରୋଗପ୍ରତିରୋଧକ ବ୍ୟବସ୍ଥା ଦୁର୍ବଳ ହୋଇଯାଏ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories