ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ନ୍ୟାୟଧୀଶ କୁହାଯାଇଛି। ଜାତକ ପ୍ରସ୍ତୁତ କରିବା ବେଳେ ଶନିଙ୍କ ପ୍ରଭାବ ରହିଛି କି ନାହିଁ ତାହା ଗଣନା କରିବା ଉଚିତ। ୨୦୧୯ରେ କିଛି ରାଶିରେ ଶନିଙ୍କ ପ୍ରଭାବ ରହିବ। ଶନିଙ୍କ ପ୍ରଭାବ ମନୁଷ୍ୟର କର୍ମ ଅନୁସାରେ ସ୍ଥିର ହୋଇଥାଏ। ଶନିଙ୍କ କିଛି ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଅନେକ ଉପାୟ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ..
ଶନିଙ୍କ ପ୍ରଭାବ ନିଜ ଜାତକରେ ଠିକ କରିବା ପାଇଁ ପ୍ରଥମେ ନିଜ ବ୍ୟବହାର ଠିକ କରନ୍ତୁ।
ସର୍ବଦା ପିତାମାତାଙ୍କ ସମ୍ମାନ କରନ୍ତୁ।
ଘରର ପଶ୍ଚିମ ଦିଗକୁ ସଫାସୁତୁରା ରଖନ୍ତୁ।
କେବେ କାହାର ସମ୍ପତ୍ତି ହଡପ କରନ୍ତୁ ନାହିଁ।
କେବେ ବି କୌଣସି କାର୍ଯ୍ୟକୁ ଅନିଚ୍ଛା ସତ୍ତ୍ବେ କରନ୍ତୁ ନାହିଁ।
ଶନିଙ୍କୁ ପ୍ରସନ୍ନ କରିବାର ଉପାୟ :
ଗୋଟିଏ ଲୁହା ପାତ୍ରରେ ସୋରିଷ ତେଲ ଭର୍ତ୍ତି କରି ରଖନ୍ତୁ। ଶନିବାର ଦିନ ସେହି ତେଲରେ ନିଜ ମୁହଁ ଦେଖି ଅସହାୟଙ୍କୁ ଦାନ କରନ୍ତୁ।
କଳା ବିରି ଡାଲିରେ ଖେଚୁଡି ପ୍ରସ୍ତୁତ କରି ଦାନ କରନ୍ତୁ।
କଳା ପୋଷାକ, କଳା କମ୍ବଳ ଓ ଲୁହାର ବାସନ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଦାନ କରନ୍ତୁ।
ଶନିଦେବଙ୍କ ମନ୍ତ୍ରକୁ ପ୍ରତିଦିନ ସନ୍ଧ୍ୟାରେ ୩ଥର ଜପ କରନ୍ତୁ।
ଅଶ୍ବତ୍ଥ ବୃକ୍ଷ ମୂଳରେ ଶନିବାର ସନ୍ଧ୍ୟା ସମୟରେ ସୋରିଷ ତେଲର ଦୀପ ପ୍ରଜ୍ବଳିତ କରନ୍ତୁ। ତା ପରେ ଲଗାତାର ୪୦ଟି ଶନିବାରରେ ଅଶ୍ବତ୍ଥ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ।



