www.samajalive.in
Saturday, December 6, 2025
15.1 C
Bhubaneswar

ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ଏହି ୬ଟି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁ ପଞ୍ଜିକା ଅନୁଯାୟୀ, ଶନିବାର ଦିନଟି ପ୍ରଭୁ ଶନିଙ୍କୁ ସମର୍ପିତ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଯେଉଁ ମାନଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ତାଙ୍କ ଜୀବନରେ ସର୍ବଦା ସୁଖ ଓ ଆନନ୍ଦର ବାତାବରଣ ରହିଥାଏ। ଶନିଙ୍କ କୃପା ପ୍ରାପ୍ତି ପାଇଁ ଏହି ୬ଟି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ ….
ଶନିବାର ଦିନ ଯେକୌଣସି ଲୁହା ବାସନରେ ସୋରିଷ ତେଲ ଭର୍ତ୍ତି କରି ନିଜ ମୁହଁ ସେଥିରେ ଦେଖନ୍ତୁ। ଏହାପରେ ସେହି ବାସନ ସହ ତେଲକୁ ଯେକୌଣସି ଅସହାୟଙ୍କୁ ଦାନ କରନ୍ତୁ। ଦାନ ଗ୍ରହଣ କରୁଥିବା ବ୍ୟକ୍ତି ବୟସରେ ବଡ଼ ହୋଇଥିଲେ ଖୁବ ଉତ୍ତମ।
ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ।
ଶୁକ୍ରବାର ରାତିରେ ୧ କିଲୋରୁ ଅଧିକ ଚଣାକୁ ପାଣିରେ ବତୁରାଇ ରଖନ୍ତୁ। ଶନିବାର ଦିନ ସେହି ଚଣାକୁ କଳା ରଙ୍ଗର କପଡ଼ା, କିଛି କୋଇଲା, ଅଳ୍ପ ସିନ୍ଦୂର, ଗୋଟିଏ ଟଙ୍କା ରଖି ଏହାକୁ ନଦୀରେ ଭସାଇ ଦିଅନ୍ତୁ। ଏପରି ଲଗାତର ଆଠଟି ଶନିବାର କରନ୍ତୁ।
ଶନିଦେବଙ୍କ ଯେକୌଣସି ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ତେଲାଭିଷେକ କରନ୍ତୁ।
ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଲିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଓ ଶନି ଶାନ୍ତ ରୁହନ୍ତି ଓ ଭଗବାନଙ୍କ ବିଶେଷ କୃପା ମିଳେ।
ପ୍ରତ୍ୟେକ ଶନିବାର କିମ୍ବା ମାସକୁ ଥରେ ଘରେ ସୁନ୍ଦରାକାଣ୍ଡର ପାଠ ନିଶ୍ଚୟ କରାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories