www.samajalive.in
Friday, December 12, 2025
14.1 C
Bhubaneswar

ଖଡ଼ଗେଙ୍କୁ ଅଦାଲତ ସମନ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଞ୍ଜାବର ସଙ୍ଗରୁର ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ ତରଫରୁ କର୍ଣ୍ଣାଟକ ନିର୍ବାଚନ ପାଇଁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଉପରେ ନିଷେଧାଦେଶ ଜାରି କରାଯିବ ବୋଲି ଦର୍ଶାଯାଇଥିଲା। ଏହାକୁ ବିରୋଧ କରି ପଞ୍ଜାବ ବାସିନ୍ଦା ତଥା ହିନ୍ଦୁ ସୁରକ୍ଷା ପରିଷଦ ପ୍ରତିଷ୍ଠାତା ହିତେଶ ଭରଦ୍ବାଜ ସଙ୍ଗରୁର ଅଦାଲତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ନିଜ ଆବେଦନରେ ହିତେଶ ଦର୍ଶାଇଛନ୍ତି କଂଗ୍ରେସ ତରଫରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳକୁ ସିମି, ପିଏଫ୍‌ଆଇ ଭଳି ଦେଶବିରୋଧୀ ସଂଗଠନ ସହ ତୁଳନା କରାଯାଇଛି। ଏପରି ତୁଳନା ଦ୍ବାରା ବଜରଙ୍ଗ ଦଳର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି। ତେଣୁ ସେ ଏହି ମାମଲା ରୁଜୁ କରିଛନ୍ତି।
ସୂଚନାଥାଉ କି କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଉପରେ ନିଷେଧାଦେଶ ଜାରି କରାଯିବ ବୋଲି ଦର୍ଶାଯାଇଥିଲା। ଏହାକୁ ନେଇ ବେଶ୍‌ ରାଜନୀତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନେକ ନେତା ଏହାକୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ବଜରଙ୍ଗ ଦଳକୁ ଭଗବାନ ହନୁମାନଙ୍କ ସହ ତୁଳନା କରିଥିବାରୁ ସେ କ୍ଷମା ମାଗିବାକୁ ଦାବି କରିଥିଲା କଂଗ୍ରେସ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories