www.samajalive.in
Friday, December 12, 2025
14.1 C
Bhubaneswar

କଂଗ୍ରେସକୁ ମମତାଙ୍କ ସର୍ତ୍ତଭିତ୍ତିକ ସମର୍ଥନ

କଲକାତା : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଘୋଷଣା ପରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ସର୍ତ୍ତଭିତ୍ତିକ ସମର୍ଥନ ଘୋଷଣା କରିଛନ୍ତି। ସୋମବାର ମମତା କହିଛନ୍ତି ଯେ ଆଗାମୀ ଦିନରେ କଂଗ୍ରେସକୁ ଟିଏମସି ସମର୍ଥନ ଦେବ। ଯେଉଁସବୁ ରାଜ୍ୟରେ କଂଗ୍ରେସର ଅଧିକ ସମର୍ଥନ ରହିଛି ସେଠାରେ କଂଗ୍ରେସକୁ ଟିଏମସି ସମର୍ଥନ ଦେବ। ତେବେ ଟିଏମସିର ଏହି ସମର୍ଥନ ପ୍ରତିବଦଳରେ କଂଗ୍ରେସ ମଧ୍ୟ ଅନୁରୂପ ଆଭିମୁଖ୍ୟ ଦେଖାଇବାକୁ ପଡିବ। ଅର୍ଥାତ୍ ଟିଏମସିର ଯେଉଁ ରାଜ୍ୟରେ ଅଧିକ ସମର୍ଥନ ରହିଛି ସେଠାରେ କଂଗ୍ରେସ ସମର୍ଥନ ଯୋଗାଇ ଦେବା ଦରକାର। ମମତା କହିଛନ୍ତି ଯେଉଁ ରାଜ୍ୟରେ ଆଞ୍ଚଳିକ ଦଳଗୁଡିକର ପ୍ରଭାବ ରହିଛି ସେଠାରେ ଅନ୍ୟ ଦଳଗୁଡିକ ତାକୁ ସମର୍ଥନ କରିବା ଦରକାର। ଯେପରିକି ଦିଲ୍ଲୀରେ ଆପ୍‌କୁ ଓ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟକୁ ସମସ୍ତେ ସମର୍ଥନ କରିବା ଦରକାର। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମମତା ତାଙ୍କ ଆଭିମୁଖ୍ୟରେ ଏପରି ପରିବର୍ତ୍ତନ କରିଛନ୍ତି। ଗତ ମାର୍ଚ୍ଚରେ ମମତା କଂଗ୍ରେସକୁ ଦୃଢ ବିରୋଧ କରିବା ସହିତ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ କରିବାକୁ ମନା କରିଥିଲେ। ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ଟିଏମସି ବିରୋଧରେ କଂଗ୍ରେସ ଓ ବାମଦଳ ଏକଜୁଟ୍ ହୋଇ ଲଢିବା ପରେ ସେ ଏପରି ବିରୋଧ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories