ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ସୁରୁଣ୍ଡି ମହାନଦୀ ବାଲିଘାଟରୁ ପାଣିଭିତରୁ ବର୍ତ୍ତମାନ ଅଭିନବ ଉପାୟରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ଚାଲିଥିବା ଦେଖିବାକୁ ମିଳିଛି। ଯାହାଫଳରେ ମହାନଦୀ ବାଲିର ଚାହିଦା କେତେ ରହିଛି ତାହା ଏଥିରୁ ଜଣା ପଡିଯାଉଛି । ପ୍ରକାଶ ଯେ ସୁରୁଣ୍ଡି ମହାନ୍ଦୀ ବାଲିଘାଟକୁ ନିଲାମ ଆକାରରେ ଜଣେ ଲିଜଧାରୀ ନେଇଛନ୍ତି । ଲଘୁ ଖଣିଜ ଆଇନ ଅନୁସାରେ ଲିଜଧାରୀ ନେଇଥିବା ବାଲିଘାଟର ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାଲି ଉତ୍ତୋଳନ ପାଇଁ ସ୍ପଷ୍ଟ ପ୍ରାବଧାନ ରହିଛି। ମାତ୍ର ବର୍ତ୍ତମାନ ନଦୀରେ ପାଣି ଭରି ରହିଥିବା ସମୟରେ ଲିଜଧାରୀ ନଦୀ ମଝିରେ ମେସିନ ଲଗାଇ ମନଇଛା ବାଲିଉତ୍ତୋଳନ କରୁଥିବା ଘଟଣା ଲଘୁ ଖଣିଜ ନିୟମର ଖୋଲାଖୋଲି ଉଲ୍ଲଂଘନ ବୋଲି ମତପ୍ରକାଶ ପାଉଛି । ପାଣିଥିବା ସମୟରେ ଲିଜଧାରୀ କେଉଁ ଅଂଚଳରୁ ବାଲିଉତ୍ତୋଳନ କରୁଛନ୍ତି ତାର ସଠିକ୍ ମାପଚୁପ କରିବା ବର୍ତ୍ତମାନ ସମୟରେ ମୁସ୍କିଲ ହୋଇଥିବା ବେଳେ ଏଭଳି ବାଲି ଉତ୍ତୋଳନ କାହା ସ୍ୱାର୍ଥରେ ଚାଲିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏ ଦିଗରେ ଫୁଲବାଣୀ ଖଣି ବିଭାଗ ଏବଂ ତହସିଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।
Popular Categories



