www.samajalive.in
Friday, December 12, 2025
15.1 C
Bhubaneswar

ଖୋଳାଗଲା ଡ୍ରେନ, ନିଷ୍କାସନ ହେଲା ପାଣି

ହରଭଙ୍ଗା : ହରଭଙ୍ଗା ବ୍ଲକ ଧଳପୁର ବଜାର ଉପରେ ଡ୍ରେନ (ନାଳ) ଅବରୋଧ ଯୋଗୁଁ ମାରୱାଡି ପଡିଆରେ ପାଣି ଜମି ରହି ଲୋକଙ୍କ ଦୋକନାରେ, ଘରେ, କୂଅରେ ପଶି ଏକ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଥିବା  ଶୀର୍ଷକ ଖବର ଗତ ୮ ତାରିଖ ‘ସମାଜ’ରେ ପ୍ରକାଶ ପାଇଥିଲା। ‘ସମାଜ’ରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାକଡରେ ସ୍ଥାୟୀ ଡ୍ରେନ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ଜମି ରହିଥିବା ପଚାସଢା ଜଳ ନିଷ୍କାସନ ଯୋଗୁଁ ଦୁର୍ଗନ୍ଧମୟ ପରିବେଶରୁ ବଜାରବାସୀଙ୍କୁ ଆସ୍ୱସ୍ତି ମିଳିଛି। ଏହି ଘଟଣାକୁ ନେଇ ବଜାରବାସୀ ଖୁସୀ ବ୍ୟକ୍ତ କରିବା ସହ ପ୍ରତାପ ଶତପଥି, ମୁନା ବେହେରା, ଶରତ ସାହୁ ପ୍ରମୁଖ ବଜାରବାସୀ ‘ସମାଜ’ର ପ୍ରୟାସକୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ତହସିଲଦାରଙ୍କ ଉପସ୍ଥିତିରେ ଖୋଲାଯାଇଥିବା ପ୍ରାକୃତିକ ନାଳ ସାହାଯ୍ୟରେ ପାଣି ନିଷ୍କାସନ କରାଗଲେ ତଳମୁଣ୍ଡରେ ରହିଥିବା ୫୦ରୁ ଅଧିକଚାଷୀ ଉପକୃତ ହୋଇପାରିବେ ବୋଲି ବଜାରବାସୀ ଅଭିଯୋଗ କରିଛନ୍ତି। ଏ ଦିଗରେ ତହସିଲଦାର ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories