www.samajalive.in
Friday, December 12, 2025
19.1 C
Bhubaneswar

ବିଦ୍ୟାଳୟରେ ଚାଲିଛି ନିମ୍ନମାନ କାର୍ଯ୍ୟ, ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଞ୍ଚାୟତ ପଦରସାହିର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ ଚାଲିଛି । ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରୁଥିଲେ ହେଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ମିଳିମିଶି ଏଭଳି କାର୍ଯ୍ୟ କରୁଛନ୍ତି।
୧୯୭୫ ମସିହାରେ ଏହି ସ୍କୁଲ ସ୍ଥାପିତ ହୋଇଥିଲା। ସ୍କୁଲ କାନ୍ଥ ବାଡ଼ ଦୁର୍ବଳ ହେବାରୁ ମରାମତି ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ। ଅଭିଯୋଗ ପରେ ବ୍ଲକ ପକ୍ଷରୁ ଏବେ ଏହାର ମରାମତି କାର୍ଯ୍ୟ ଜାରି ରହିଛି। ଜଣେ ସ୍ଥାନୀୟ ଠିକାଦାର ଏହି ମରାମତି କାମ କରୁଛନ୍ତି। ଯାହା ଅତି ନିମ୍ନମାନର ବୋଲି ଜଣାପଡ଼ିଛି। ପୁରୁଣା ଓ ନୂଆ ଇଟାକୁ ମିଶାମିଶି କରି କାନ୍ଥ ଯୋଡ଼େଇ କାର୍ଯ୍ୟ ଚାଲିଛି। ବାଲି ସିମେଣ୍ଟ ଭାଗ ଠିକ୍ ରହୁନାହିଁ।

ଆବଶ୍ୟକତାଠାରୁ ଅଧିକ ବାଲି ଦିଆଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଯେହେତୁ ଯନ୍ତ୍ରୀ ଯାଉ ନାହାନ୍ତି, ଠିକାଦାର ମନଇଚ୍ଛା କାମ କରିବା ପାଇଁ ସୁଯୋଗ ପାଉଛି । କାନ୍ଥ ସବୁ ଏତେ ଦୁର୍ବଳ ହୋଇଛି କି ହାତ ମାରିଲେ ହଲି ଯାଉଛି। ପୂର୍ବରୁ ଗୋଟିଏ କାନ୍ଥ ପଡି ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କହଁର, ଗ୍ରାମବାସୀ ବାଳକୃଷ୍ଣ କହଁର, ଶ୍ରୀବନ୍ଧୁ କହଁର, ଅନନ୍ତ କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଠିକାଦାର ଜଣକ କହୁଛନ୍ତି କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ ହେଉଛି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ଉଠାଇନଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories