www.samajalive.in
Thursday, December 11, 2025
15.1 C
Bhubaneswar

ସଂକୀର୍ତ୍ତନ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଆଠଗଡ :  ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସେବା ବିକାଶ ପରିଷଦ ପକ୍ଷରୁ ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପରିଷଦ ଅଧୀନ ଶତାଧିକ ସଂକୀର୍ତ୍ତନ ମଣ୍ଡଳିର ପ୍ରାୟ ଏକ ହଜାରରୁ ଅଧିକ କଳାକାର ଜଗନ୍ନାଥ ମନ୍ଦିର ନିକଟରୁ କୀର୍ତ୍ତନ କରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ ସେଠାରେ ପରିଷଦର କର୍ମକର୍ତ୍ତା ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଓ ଶୁଭକଲ୍ୟାଣୀ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ସେମାନଙ୍କ ଦାବିଗୁଡିକ ମଧ୍ୟରେ ଓଡିଶାର ଲକ୍ଷ ଲକ୍ଷ ନାମ ସଂକୀର୍ତ୍ତନ ଭକ୍ତ ଓ ଅନ୍ୟ ଧର୍ମପରାୟଣ ସଂସ୍ଥାମାନ ରହିଥିବାରୁ ଓଡିଶାକୁ ଏକ ଆଧ୍ୟାତ୍ମିକ ରାଜ୍ୟ ଘୋଷଣା କରାଯାଉ, ଏହି ସଂକୀର୍ତ୍ତନ ସଂସ୍ଥା ଆଧ୍ୟାତ୍ମିକ ଚେତନାର ମାର୍ଗଦର୍ଶନକାରୀ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ପ୍ରତି ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ସଭାପତି ଏବଂ ବ୍ଲକରେ ବିଡିଓଙ୍କୁ ସଭାପତି ଭାବେ ମନୋନୀତ କରାଯାଉ, ୨୦୧୧ମସିହାଠାରୁ ସରକାରୀ ସ୍ତରରେ ସଂକୀର୍ତ୍ତନ କଳା ମାନ୍ୟତା ପାଇଥିଲେ ସୁଦ୍ଧା ସେମାନଙ୍କୁ କୌଣସି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉନାହିଁ, ସଂକୀର୍ତ୍ତନ କଳାକାରଙ୍କ ପାଇଁ ପେନସନ୍‌‌ ବ୍ୟବସ୍ଥା କରାଯାଉ, ସଂକୀର୍ତ୍ତନ କଳାକାରଙ୍କ ଅନ୍ତେ ତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ, ବିଜ୍ଞାପନ ଓ ଜନସଚେତନତା କାର୍ଯ୍ୟକ୍ରମ ସଂକୀର୍ତ୍ତନ କଳା ପରିଷଦ ମାଧ୍ୟମରେ କରାଯାଉ, କଳାକାର ପ୍ରମାଣପତ୍ର ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଉ ଏବଂ ବର୍ଷକୁ ଏକାଧିବାର ରେଳଯାତ୍ରା ପାଇଁ କଳାକାରଙ୍କୁ ୭୫% ରିଆତି ପ୍ରଦାନ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବା ଆଦି ଅନ୍ତର୍ଭୁକ୍ତ । ସଙ୍ଘର ସାଧାରଣ ସଂପାଦକ ଶିବପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ଓ ଦାବି ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଆଞ୍ଚଳିକସ୍ତରର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories