www.samajalive.in
Wednesday, December 10, 2025
26.1 C
Bhubaneswar

ବିଇଓ ଅଫିସ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ଆଠଗଡ : ଆଠଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସଂଘର ଆହ୍ୱାନକ୍ରମେ ୩ଦଫା ଦାବି ପୂରଣ ଲାଗି ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସଂଘର ବ୍ଲକ ସଭାପତି କିଶୋର ଚନ୍ଦ୍ର ବେହେରା ଓ ସଂପାଦକ ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୩-୪ଘଣ୍ଟା ଧରି ଧାରଣାରେ ବସିବା ସହିତ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡିକ ସରକାର ଅବିଳମ୍ବେ ମାନି ନିଅନ୍ତୁ ବୋଲି ପ୍ରତିବାଦ ସଭାରେ ଉଦ୍‌‌ବୋଧନ ଦେଇଥିଲେ। ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀ ସହିତ ନିୟମିତ କରିବା, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଏବଂ ସବୁବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହିତ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି ଅନ୍ତର୍ଭୁକ୍ତ । ବରିଷ୍ଠ ଶିକ୍ଷକ ନେତା ନୀଳମଣି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସଭାପତି ମନସୁର ମହମ୍ମଦ ଓ ପୁଷ୍ପଲତା ମହାନ୍ତି, ସହସଂପାଦକ ଫକିର ଚରଣ ନାୟକ, ପ୍ରଦୀପ କୁମାର ନାୟକ ଓ ଆଶିଷ ରାଉତରାୟ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ, ସଂଯୋଜକ ତୁଷାର କୁମାର ବେଉରା ପ୍ରମୁଖ ଉଦ୍‌‌ବୋଧନ ଦେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories