www.samajalive.in
Saturday, December 6, 2025
16.1 C
Bhubaneswar

ସାମସଙ୍ଗ ଗାଲାକ୍ସି ଜେ-୪ ପ୍ଲସ ଓ ଗାଲାକ୍ସି ଜେ-୬ ପ୍ଲସର ବଜାର ପ୍ରବେଶ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ଭାରତରେ ନିଜର ଆଉ ଦୁଇଟି ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ଦୁଇଟି ସ୍ମାର୍ଟଫୋନର ନାମ ହେଉଛି ସାମସଙ୍ଗ ଗାଲାକ୍ସି ଜେ-୪ ପ୍ଲସ ଓ ଗାଲାକ୍ସି ଜେ-୬ ପ୍ଲସ। ଫୋନ ଦୁଇଟିର ବିଶେଷତ୍ୱ ବିଷୟରେ କହିଲେ ଏହି ଦୁଇଟି ଫୋନରେ ୬ ଇଞ୍ଚର ଇନଫିନିଟି ଡିସପ୍ଲେ ରହିଛି। ଏହାସହିତ ଫୋନର ପାୱାରବଟନରେ ଟିପଚିହ୍ନ ସେନସର ପାଇପାରିବେ। ଏହାବ୍ୟତୀତ ଉଭୟ ଫୋନରେ ଏଚଡି ଭିଡିଓ ପାଇଁ ୱାଇଡବାଇନ ଏଲ-୧ ସପୋର୍ଟ ଦିଆଯାଇଛି।
ଉଭୟ ଡିଭାଇସରେ ‘ମେକ ଫର ଇଣ୍ଡିଆ’ ଫିଚର ଇନଷ୍ଟଲ ଏକ୍ସ ଟୁ ଏସଡି କାର୍ଡ ମଧ୍ୟ ରହିବ। ଏହି ମେମୋରୀ ମ୍ୟାନେଜମେଣ୍ଟ ସଲ୍ୟୁସନ ସହିତ ଉପଭୋକ୍ତା ଏବେ ଆପ୍ଲିକେସନକୁ ମୋମୋରୀ କାର୍ଡରେ ଇନଷ୍ଟଲ କରିପାରିବେ। ଯାହାଦ୍ୱାରା ଫୋନର ମେମୋରୀ ସବୁବେଳେ ଖାଲି ରହିବ। ଏହାବ୍ୟତୀତ ଅନ୍ୟ ମେମୋରୀ ମ୍ୟାନେଜମେଣ୍ଟ ସଲ୍ୟୁସନ ଭଳି ଜିପ ଏକ୍ସ ଏବଂ ଡିଲିଟ ସେଣ୍ଡ ଏପିକେ ଫାଇଲ୍ସ ସହିତ ମୁବ କଣ୍ଟେଣ୍ଟ ଟୁ ମେମୋରୀ କାର୍ଡ ଫିଚରସ ୟୁଜରସ୍‍ ନିଜ ଫୋନ ମେମୋରୀକୁ ଭଲ ଭାବରେ କଣ୍ଟ୍ରୋଲ କରିବାର ସୁଯୋଗ ଦେଇଥାଏ।
ସାମସଙ୍ଗ ଗାଲାକ୍ସି ଜେ-୪ ପ୍ଲସ ଏବଂ ଜେ-୬ ପ୍ଲସର ମୂଲ୍ୟ
ଗାଲାକ୍ସି ଜେ-୬ ପ୍ଲସ ଏବଂ ଗାଲାକ୍ସି ଜେ-୪ ପ୍ଲସର ବିକ୍ରି ୨୦୧୮ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରୁ ଦେଶର ରିଟେଲ ଆଉଟଲେଟ୍ସ, ଅନଲାଇନ୍‍ ପାର୍ଟନର ଚ୍ୟାନେଲ୍ସ ଆମାଜନ, ଫ୍ଲିପକାର୍ଟ ଏବଂ ସାମସଙ୍ଗ ସପରେ ହେବ। ଗାଲାକ୍ସି ଜେ-୬ ପ୍ଲସର ମୂଲ୍ୟ ୧୫,୯୯୦ ଟଙ୍କା ଏବଂ ଗାଲାକ୍ସି ଜେ-୪ପ୍ଲସର ମୂଲ୍ୟ ୧୦,୯୯୦ ଟଙ୍କା। ଜେ-୬ ପ୍ଲସ ଲାଲ, ନୀଳ ଏବଂ କଳା ରଙ୍ଗରେ ଉପଲବ୍ଧ। ସେହିଭଳି ଜେ-୪ ପ୍ଲସ ସୁନେଲି, କଳା ଏବଂ ନୀଳ ରଙ୍ଗରେ ଉପଲବ୍ଧ ହେବ। କମ୍ପାନୀ ୨୦୧୮ ମସିହା ନଭେମ୍ବର ମାସ ୧୧ ତାରିଖ ପର୍ଯ୍ୟନ୍ତ ୯୯୦ ଟଙ୍କାରେ ୱାନ ଟାଇମ ସ୍ମ୍ରିନ ରିପଲେସମେଣ୍ଟ ଅଫର ଦେବ।

ସାମସଙ୍ଗ ଗାଲାକ୍ସି ଜେ-୪ ପ୍ଲସର ବିଶେଷତ୍ୱ

- Advertisement -

ଗାଲାକ୍ସି ଜେ-୪ ପ୍ଲସରେ ଆଣ୍ଡ୍ରଏଡ ଓରିୟୋ ୮.୧ ରହିଛି ଏବଂ ଏହି ଫୋନରେ ୬ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମିଳିବ ଯାହାର ରିଜୋଲ୍ୟୁସନ୍‍ ୭୨୦/୧୪୮୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮.୫:୯ ରହିଛି। ଏହାବ୍ୟତୀତ ଏହି ଫୋନରେ ୧.୪ଜିଏଚ୍‍ଜେଡ୍‍ କ୍ୱାଲାକମ ସ୍ନାପଡ୍ରାଗନ୍‍ ୪୨୫ ପ୍ରୋସେସର, ୨ଜିବି ରାମ ଏବଂ ୩୨ ଜିବିର ଷ୍ଟୋରେଜ ରହିଛି। ଗାଲାକ୍ସି ଜେ-୪ ପ୍ଲସ୍‍ ଫୋନରେ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ଏହାର ଆଗପଟ କ୍ୟାମେରା ୫ ମେଗାପିକ୍ସେଲର ରହିଛି। ଏହି ଫୋନରେ ୩୩୦୦ ଏମ୍‍ଏଚ୍‍ ର ବ୍ୟାଟେରୀ ରହିଛି।
ସାମସଙ୍ଗ ଗାଲାକ୍ସି ଜେ-୬ ପ୍ଲସର ବିଶେଷତ୍ୱ
ଏହି ଫୋନରେ ଆଣ୍ଡ୍ରଏଡ ଓରିୟୋ ୮.୧ ରହିଛି ଏବଂ ଏହି ଫୋନରେ ୬ଇଞ୍ଚର ଏଚ୍‍ଡି ପ୍ଲସ ଡିସପ୍ଲେ ମିଳିବ ଯାହାର ରିଜୋଲ୍ୟୁସନ ୭୨୦/୧୪୮୦ ପିକ୍ସଲ ଏବଂ ଏହାର ଆସପେକ୍ଟ ରେଶିୟୋ ୧୮.୫:୯ ରହିଛି। ଫୋନରେ କ୍ୱାଲାକମ୍‍ ସ୍ନାପଡ୍ରାଗନ ୪୨୫ ପ୍ରୋସେସର ରହିଛି। ଏହି ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ଅନ୍ୟଟି ୫ ମେଗାପିକ୍ସେଲର ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୮ ମେଗାପିକ୍ସେଲ। ଏହି ଫୋନରେ ମଧ୍ୟ ୩୩୦୦ ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି। ଏହି ଫୋନରେ ୪ଜିବି ରାମ ସହିତ ୬୪ ଜିବିର ଷ୍ଟୋରେଜ ରହିଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories