www.samajalive.in
Saturday, December 13, 2025
18.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରାଜନିତି ବିଜ୍ଞାନ ବିଭାଗ ତରଫରୁ ୱେବିନାର

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନିତି ବିଜ୍ଞାନ ବିଭାଗ ତରଫରୁ “ଏକବିଂଶ ଶତାବ୍ଦିରେ ଭାରତର ସୁରକ୍ଷା ଆହ୍ୱାନ” ବିଷୟରେ ଏକ ଜାତୀୟ ସମ୍ପାନ ଅନଲାଇନ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ୱେବିନାରକୁ ଉଦଘାଟିତ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ ଭାରତର ସୁରକ୍ଷା ଏବଂ ତତ ସମ୍ପର୍କିୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ଅଧ୍ୟାପକ ଡ ହିମାଂଶୁ ଶେଖର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅଧ୍ୟାପକ ଡଃ ରଜତ କୁମାର କୁଜୁର ବିଷୟବସ୍ତୁର ଉପଯୋଗିତା ସମ୍ପର୍କରେ ଆଲୋକପାତ କରି ଚାଇନା, ପାକିସ୍ତାନ, ତାଲିବାନ, ମାଓଇଜମ ତଥା ପାରମ୍ପରିକ ସୁରକ୍ଷା ସମାସ୍ୟା ନୁହେଁ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରେଟସ ପ୍ରଫେସର ଆର ଏସ ୟାଦବ ଯୋଗଦାନ କରି ଭାରତବର୍ଷର ଜାତୀୟ ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଭାବରେ ବକ୍ତବ୍ୟ ରଖିଥିଲେ। ତାଙ୍କ ବକ୍ତବ୍ୟରେ ସେ ଶୀତଳ ଯୁଦ୍ଧ ପରବର୍ତ୍ତୀ ଆର୍ନ୍ତଜାତୀୟ କ୍ରମ ଏବଂ ଆର୍ନ୍ତଜାତୀୟ ଆତଙ୍କବାଦର ଅଭିବୃଦ୍ଧି ତଥା ମୋଦି ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ରିସର୍ଚ୍ଚ ସ୍କୋଲାର ପୁନମ ଡୁଙ୍ଗଡୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories