www.samajalive.in
Monday, December 15, 2025
16.1 C
Bhubaneswar

ବୁର୍ଲାରେ ବିଶ୍ୱକର୍ମା ପୂଜା, ପୂଜାସ୍ଥଳ ଦର୍ଶନ କରି ନ ପାରି ଦର୍ଶକ ନିରାଶ

ବୁର୍ଲା: ଚଳିତ ବର୍ଷ ମଧ୍ୟ ବୁର୍ଲା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ ସଂସ୍ଥାମାନଙ୍କରେ ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଯାଇଛି। ମାତ୍ର ଚଳିତ ବର୍ଷ ଏହି ପୂଜାରେ ବ୍ୟତିକ୍ରମ ଦେଖାଦେଇଛି କରୋନା କଟକଣାକୁ ନେଇ ଯାହାକି ସହରକୁ ଟାଣି ହୋଇ ଆସୁଥିବା ଦର୍ଶକ ତଥା ପର୍ଯ୍ୟାଟକ ମାନଙ୍କୁ ନିରାଶ କରିଥିôଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୁର୍ଲା ସହର ମଧ୍ୟରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହେଉଥିବା ଏବଂ ବୁର୍ଲା ସହର ବିଶ୍ୱକର୍ମା ପୂଜା ତଥା ଭଷାଣି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପଶ୍ଚିମ ଓଡ଼ିଶାରେ ସୃଷ୍ଟି କରିପାରିଛି। ଯାହାଫଳରେ ସ୍ତାନିୟ ଅଞ୍ଚଳରୁ ଆରମ୍ଭ କରି ପଡ଼ୋଶୀ ରାଜ୍ୟ ପର୍ଯ୍ୟନ୍ତ ଲୋକେ ଏହି ପୂଜାଦିନକୁ ଅପେକ୍ଷା କରି ବସିଥାନ୍ତି।

ସହର ମଧ୍ୟରେ ବୈଦ୍ୟୁତିକ ରକ୍ଷଣବେକ୍ଷଣ ବିଭାଗ, ବିଦ୍ୟୁତ ବିଭାଗ ୱେଷ୍କୋ ମୂଖ୍ୟ କାର୍ଯ୍ୟାଳୟ, ଦକ୍ଷିଣ ପୁର୍ବ ମୂଖ୍ୟବନ୍ଧ ବିଭାଗ, ଜନସ୍ୱାସ୍ଥ୍ୟ ଜଳଯୋଗାଣ ବିଭାଗ, ଫ୍ୟୁଜ୍‍ କଲ, ବୁର୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଟେଲିଫୋନ ଏକ୍ସଚେଞ୍ଜ, ପୁର୍ତ୍ତବିଭାଗ କାର୍ଯ୍ୟାଳୟ, ବୈଦ୍ୟୁତିକ ଷ୍ଟୋର ଡ଼ିଭିଜନ, ମ୍ୟାଣ୍ଟନାନ୍ସ, ଡ଼ିଷ୍ଟ୍ରିବ୍ୟୁସନ, ଆମ୍ବସଢ଼ା କଣ୍ଟାପାଲି ୧୩୩କେଭି, ବୁର୍ଲା ମେଡ଼ିକାଲ ଛକ ପଛ ପିଏଚଡ଼ି କାର୍ଯ୍ୟାଳୟ, ବୁର୍ଲା ସିଡ଼ବ୍ଲୁସି, ବୁର୍ଲା ଯାନ୍ତ୍ରୀକ ବିଶ୍ୱବିଦ୍ୟାଳୟ ଏବଂ ବୁର୍ଲା ଭିମସାରର ରେଡ଼ିଓ ଡ଼ାଇଗ୍ନୋସିସ ବିଭାଗ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା। ଏହା ସମେତ ଅନ୍ୟାନ୍ୟ କେତେକ ସ୍ତାନରେ ମଧ୍ୟ ପୁଜା ସାଧାରଣ ଭାବରେ ଅନୁଷ୍ଠିତ ହୋଇଥିଲା। ତତ୍ସହିତ ବୁର୍ଲା ଘରୋଇ ବସ ମାଲିକ ସଂଘଙ୍କ ଦ୍ୱାରା ଘରୋଇ ବସ ଷ୍ଟାଣ୍ଡଠାରେ, ମାଁ ଝାକରାଣୀ ଅଟୋ ଆସୋସିଏସନ, ଟେକ୍ସି ମାଲିକ ସଂଘ, ରିକ୍ସା ଚାଳକ ସଂଘ, ବୁର୍ଲା ଗଉଡ଼ପାଲି ଗ୍ରାମ, ହୀରାକୁଦ ଷ୍ଟେସନ ଅଟୋଷ୍ଟାଣ୍ଡ ସହିତ ଦ୍ୱାରା ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି।

- Advertisement -

ବୁର୍ଲା ମହାନଦୀ କୋଲ ଫିଲଡ଼୍‍ ଲିମିଟେଡ଼୍‍ ଆନନ୍ଦ ବିହାର, ବିଭିନ୍ନ ଦୋକାନ, ଯାନବାହନ ଗ୍ୟାରେଜ ଏବଂ ୱେଲ୍ଡିଙ୍ଗ ଦୋକାନମାନ ତଥା କାର୍ଯ୍ୟାଳୟ ବିଶ୍ୱକର୍ମା ପୂଜା ପାଲିତ ହେଉଥିଲା କରୋନା କଟକଣା ମଧ୍ୟରେ। ଚଳିତ ବର୍ଷ ମଧ୍ୟ ଅନେକ ଆଗନ୍ତୁକ ପୁଣି ବୁର୍ଲା ସହରକୁ ପୁଜାର କିଛି ଝଲକ ଦେଖିବା ପାଇଁ ଇଚ୍ଛାପ୍ରକାଶ କରି ଧାଇଁ ଆସିଥିଲେ ମାତ୍ର ସେମାନଙ୍କୁ ସମ୍ପୁର୍ଣ୍ଣ ନିରାଶ ହେବାକୁ ପଡ଼ିଛି। ବିଶେଷକରି ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପୂଜା ଦେଖି ଆସିବା ସହିତ ଟରବାଇନ ସେସ୍କନକୁ ଦେଖିବା ପୂଜାରେ ସମ୍ଭବପର ହୋଇ ପାରିଥାଏ। ମାତ୍ର ଚଳିତ ବର୍ଷ ବାହାର ତଥା ସ୍ଥାନୀୟ ଦର୍ଶକଙ୍କ ପାଇଁ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପୂଜା ଦେଖିବା ପାଇଁ ବାରଣ କରାଯାଇଥିଲା ଯାହାକି ସ୍ଥାନୀୟ ଦର୍ଶକ ତଥା ଆଗନ୍ତୁକ ମହଲରେ ଏକ ନୈରାଶ୍ୟର ମାହୋଲ ସୃଷ୍ଟି କରିଥିଲା। ଶେଷରେ ସେମାନେ ଅନ୍ୟ ପୂଜାସ୍ଥଳ ମଧ୍ୟ ଦର୍ଶନ କରି ନ ପାରି ହୀରାକୁଦ ନଦୀବନ୍ଧର ଫାଟକ ଯୋଗେ ବନ୍ୟାଜଳ ନିଷ୍କାସନ ଦୃଶ୍ୟକୁ ଦୁରରୁ ଉପଭୋଗ କରି ଡ଼ାହାଣ ପଟ ବନ୍ଧାଞ୍ଚଳ ଉପଭୋଗ କରି ମନ ବୁଝାଇବାକୁ ବାଧ୍ୟ ହୋଇଥିଲେ। ଗୋଟିଏ ବର୍ଷ ଅପେକ୍ଷା ପରେ ଆସିଥିବା ବିଶ୍ୱକର୍ମା ପୂଜା ଦିନକୁ ଉପଭୋଗ କରିବା ପାଇଁ ସେମାନେ ସକ୍ଷମ ହୋଇ ପାରି ନ ଥିଲେ। ଏହାପରେ ବୁର୍ଲା ପ୍ଲାନେଟୋରିମ ବୁଲି ସେମାନେ ନିଜ ନିଜ ଗନ୍ତବ୍ୟ ସ୍ତାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories