www.samajalive.in
Friday, December 12, 2025
17.1 C
Bhubaneswar

ସୁନ୍ଦରଗଡ଼ ୧୨ଘଣ୍ଟିଆ ବନ୍ଦ ଡାକରା: ନଇଁଲା ପ୍ରଶାସନ, ମଧ୍ୟାହ୍ନରୁ ଖୋଲିଲା ଦୋକାନ ବଜାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟ୍ରକ ମାଲିକଙ୍କ ପକ୍ଷରୁ ୪ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଥିଲେ ହିଁ ସମସ୍ତ ବର୍ଗର ସହଯୋଗ ଓ ବନ୍ଦର ପ୍ରଭାବକୁ ଦେଖି ପ୍ରଶାସନ ଏକ ପ୍ରକାର ନଇଁ ଯାଇଥିବାର ଚର୍ଚ୍ଚା ଜୋର ଧରିଛି । ସୁନ୍ଦରଗଡ଼ ଓ ଆଖପାଖ ଅଞ୍ଚଳରେ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ବେଳେ ସୁନ୍ଦରଗଡ଼ ବନ୍ଦ ଡାକରା ପ୍ରଶାସନକୁ ଏକ ପ୍ରକାର ଅକଳରେ ପକାଇ ଦେଇଥିଲା । ଆଜି ସକାଳୁ ଶତାଧିକ ଟ୍ରକ ମାଲିକ ସହରକୁ ପ୍ରବେଶ କରୁଥିବା ବିଭିନ୍ନ ରାସ୍ତାରେ ଠିଆ ହୋଇ ପିକେଟିଂ କରିବା ସହ ସହର ମଧ୍ୟରେ ମଧ୍ୟ ଟ୍ରକ ମାଲିକମାନେ ଦଳ ଦଳ ହୋଇ ବୁଲି ବନ୍ଦ ସପକ୍ଷରେ ପିକେଟିଂ କରିଥିଲେ। ଫଳସ୍ବରୂପ ସକାଳ ପ୍ରହରରୁ ହିଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ୧୦ଟା ପରେ ମଧ୍ୟ ବିଭିନ୍ନ ସରକାରୀ ଦପ୍ତର, ବେସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସବୁ ଏକ ପ୍ରକାର ବନ୍ଦ ରହିବା ସହ ଘରୋଇ ବସ, ଅଟୋ ଓ ଅନ୍ୟାନ୍ୟ ଗାଡ଼ିମୋଟର ମଧ୍ୟ ଏକ ପ୍ରକାର ବନ୍ଦ ରହିଥିଲା ।

ପରିସ୍ଥିତି ସଂପର୍କରେ ଜାଣି ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିର୍ଦେଶକ୍ରମେ ଉପଜିଲାପାଳ ଅଭିମନ୍ୟୁ ବେହେରା, ସଦର ଏସଡିପିଓ ମଧୁଶିକ୍ତା ମିଶ୍ର, ଟାଉନ ଥାନା ଅଧିକାରୀ ସୂର୍ଯ୍ୟକାନ୍ତୀ ଦାଶ ପ୍ରମୁଖ କିରେଇ ବାଇପାସରେ ପହଞ୍ଚି ଆନ୍ଦୋଳନରତ ଟ୍ରକ ମାଲିକଙ୍କ ସହ ଆଲୋଚନା କରି ୪ଦଫା ଦାବି ମଧ୍ୟରୁ ୩ଦାବି କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେବା ସହ ଜିଲାପାଳଙ୍କ ନିର୍ଦେଶନାମାର ଏକ ନକଲ ପ୍ରଦାନ କରିବା ପରେ ପ୍ରାୟ ମଧ୍ୟାହ୍ନ ୧୨ଟାରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଏକ ପ୍ରକାର ଓହରିଯାଇଥିଲେ । ଫଳରେ ସନ୍ଧ୍ୟାରେ ୬ପରିବର୍ତ୍ତେ ମଧ୍ୟାହ୍ନରେ ଧିରେ ଧିରେ ଦୋକାନ ବଜାର ଖୋଲିବା ଆରମ୍ଭ ହୋଇଯାଇଥିଲା ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories