www.samajalive.in
Saturday, December 13, 2025
27.1 C
Bhubaneswar

ସମ୍ବଲପୁରରୁ କାନପୁର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ସମ୍ବଲପୁର: କରୋନା ଯୋଗୁଁ ଦେଶ ଲକ ଡାଉନ ରହିଛି। ଏଣୁ ସମସ୍ତ ପ୍ରକାରର ଯାତ୍ରୀବାହୀକୁ ବନ୍ଦ ରଖାଯାଇଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ଫସି ରହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଯୋଗୁଁ ରେଳବାଇ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି। ଏହି କ୍ରମରେ ସମ୍ବଲପୁର ଠାରୁ ପ୍ରଥମ କରି ଏକ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ବୁଧବାର ଦିନ ଉତ୍ତର ପ୍ରଦେଶର କାନପୁର ପର୍ଯ୍ୟନ୍ତ ଯିବ। ଏଥି ପାଇଁ ଜିଲା ପ୍ରଶାସନ ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ବୈଠକ କରାଯାଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ୧୫ ଶହ ପ୍ରବାସୀ ଶ୍ରମିକ ମାନଙ୍କୁ ବିଭିନ୍ନ ସ୍ଥାନରୁ ଅଣାଯାଇ ବୁର୍ଲା ଭିସୁଟର ପୁଲସତ୍ୟ ହଷ୍ଟେଲରେ ରଖାଯିବ। ଏହା ପରେ ୫୦ଟି ବସ ଯୋଗେ ପର୍ଯ୍ୟାୟ କ୍ରମେ ଷ୍ଟେସନକୁ ଅଣାଯିବ।

- Advertisement -

ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ଦିନ ୨ଟାରେ ସମ୍ବଲପୁରର କ୍ଷେତରାଜପୁର ଷ୍ଟେସନରେ ଲାଗିବ ଏବଂ ଅପରାହ୍ନ ୪ଟାରେ ତାର ଗନ୍ତବ୍ୟ ସ୍ଥଳ କାନପୁର ସେଣ୍ଟ୍ରାଲ ପାଇଁ ଯାତ୍ରାରମ୍ଭ କରିବ। ଟ୍ରେନରେ ସମୁଦାୟ ୨୪ଟି ସାଧାରଣ କୋଚ ସଂଯୋଗ କରାଯିବ ଏବଂ ଏହା କାନପୁର ସେଣ୍ଟ୍ରାଲ ଷ୍ଟେସନରେ ଗୁରୁବାର ସକାଳ ୯ଟା ୩୦ରେ ପହଂଚିବ। ଏହି ଟ୍ରେନ ଇବ, ବ୍ରଜରାଜନଗର, ବିଲାସପୁର, କଟନୀ, ମାନିକପୁର, ପ୍ରୟାଗରାଜ ଷ୍ଟେସନ ଦେଇ ଯାତ୍ରା କରିବ।

 

 

ଜନତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନା ବୁଧବାର ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କ୍ଷେତରାଜପୁର ରେଳ ଷ୍ଟେସନ ଅଞ୍ଚଳର ଚର୍ତୁପାଶ୍ୱର୍ରେ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛନ୍ତି । ରେଳ ଷ୍ଟେସନକୁ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଓ ରେଳବାଇ ପୁଲିସ ରଖିଛନ୍ତି । ଇତି ମଧ୍ୟରେ ମଙ୍ଗଳବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ, ଉତ୍ତରାଞ୍ଚଳ ପୁଲିସ ଡିଆଇଜି ହିମାଂଶୁ ଲାଲ, ଜିଲାପାଳ ଶୁଭମ ସାକ୍ସସେନା, ଏସପି ଡା. କୁଅଁର ବିଶାଳ ସିଂହ, ଆରପିଏଫ ଡିସପି ଅଜିତ କୁମାର ବର୍ଣ୍ଣୱାଲ, ଟ୍ରାଫିକ ଡିସଏସପି ହିମାଂଶୁ ବେହେରା, ସଦର ଏସଡିପିଓ ତପନ ମହାନ୍ତ, ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ, ଆପିଏଫ ଥାନାଧିକାରୀ ଏସ.କେ. ପାଠକ, ଜିଆରପି ଥାନାଧିକାରୀ କେ. ସି. ପାତ୍ର ଚୂଡାନ୍ତ ପର୍ଯ୍ୟାୟର ପ୍ରସ୍ତୁତି ତଦାରଖ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories