www.samajalive.in
Monday, December 8, 2025
14.1 C
Bhubaneswar

ଭାରପ୍ରାପ୍ତ ବ୍ୟବସ୍ଥାରେ ଭାରାକ୍ରାନ୍ତ ‘ଆମ ପୁଲିସ’

ସମ୍ବଲପୁର: ସମ୍ବଲପୁର ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ପଦ ସମେତ ଜିଲା ଏସପି ପଦ ଗତ ମାସରୁ ଖାଲି ପଡିଛି। ଏବେ ସମ୍ବଲପୁର ଜିଲାରେ ପୁଲିସ ବିଭାଗ ଭାରପ୍ରାପ୍ତ ବ୍ୟବସ୍ଥାର ଭାରରେ ଭାରାକ୍ରାନ୍ତ ହୋଇପଡିଛି। ଗତ ଅଗଷ୍ଟ ୨୮ ତାରିଖରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ଭାବରେ ନିଯୁକ୍ତ ହିମାଂଶୁ ଲାଲ କେନ୍ଦ୍ରିୟ ଡେପୁଟେସନରେ ଯିବା ପରେ ପଶ୍ଚିମ ପୁଲିସ ରେଞ୍ଜ ଡିଆଇଜି କବିତା ଜଲାନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହା ପରଠାରୁ ଦୀର୍ଘ ୩ ମାସରୁ ଉର୍ଦ୍ଧ ସମୟ ବିତିଯିବା ସତ୍ୱେ ଏ ପର୍ଯ୍ୟନ୍ତ ଗୃହ ବିଭାଗ ତରଫରୁ କୌଣସି ପୂର୍ଣ୍ଣକାଳୀନ ପୁଲିସ ଡିଆଇଜିଙ୍କୁ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ପାଇଁ ନିଯୁକ୍ତ କରାଯାଇ ନାହିଁ।

ଆମ ସମ୍ବାଦଦାତା ବିରାଜ ମିଶ୍ରଙ୍କ ରିପୋର୍ଟ ଅନୁଯାୟୀ ଗତ ମାସ ୨୦ ତାରିଖରେ ପୁରୀରେ ହାଜତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁରୀ ଏସପିଙ୍କୁ ତୁରନ୍ତ ବଦଳି କରିଥିବା ବେଳେ ତାଙ୍କର ସ୍ଥାନରେ ସମ୍ବଲପୁରରେ ଏସପି ଭାବରେ ନିଯୁକ୍ତ ଡା. କନୱର ବିଶାଳ ସିଂହଙ୍କୁ ନିଯୁକ୍ତ କରିଥିଲେ। ତୁରନ୍ତ ଡା. ସିଂହଙ୍କୁ ପୁରୀରେ କାର୍ଯ୍ୟଭାର ଗ୍ରହଣ କରିବାକୁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହେବାରୁ ସେ ତୁରନ୍ତ ସମ୍ବଲପୁରରେ ଅତିରିକ୍ତ ଏସପି ଭାବରେ କାର୍ଯ୍ୟରତ ଅମରେଶ କୁମାର ପଣ୍ଡାଙ୍କୁ କାର୍ଯ୍ୟଭାର ଦେଇ ନବ ନିଯୁକ୍ତ ସ୍ଥାନକୁ ଯାଇଛନ୍ତି। ଏହା ପର ଠାରୁ ଭାରପ୍ରାପ୍ତ ଏସପି ଭାବରେ ଅତିରିକ୍ତ ଏସପି ଅମରେଶ ପଣ୍ଡା ଦାୟିତ୍ୱ ତୁଲାଇ ଆସୁଛନ୍ତି।

- Advertisement -

ଏଭଳି ଭାରପ୍ରାପ୍ତ ବ୍ୟବସ୍ଥାରେ ସମ୍ବଲପୁର ଜିଲାର ପୁଲିସ ବ୍ୟବସ୍ଥା ଚାଲିଥିବା ବେଳେ ଇତି ମଧ୍ୟରେ ଜିଲାରେ କାର୍ଯ୍ୟରତ ୫ ଜଣ ଇନିସ୍ପେକ୍ଟରଙ୍କ ଏସଡିପିଓ ଭାବରେ ପଦୋନ୍ନତି ଖୁବ ଶିଘ୍ର ହେବାକୁ ଯାଉଥିବାର ଜଣାପଡିଛି। ଏହି ସମସ୍ତ ବରିଷ୍ଠ ଇନିସ୍ପେକ୍ଟରମାନେ ଜିଲାର ପ୍ରମୁଖ ଥାନା ସମ୍ବଲପୁରର ଟାଉନ, ସଦର, ବୁର୍ଲା, ଜମନକିରା ଓ ଟ୍ରାଫିକ ଥାନାର ଅଧିକାରୀ ଭାବରେ ନିଯୁକ୍ତ ଥିବା ବେଳେ ସେମାନେ ପଦୋନ୍ନତି ପରେ ଥାନାଗୁଡିକ ଖାଲି ହେବାର ସମ୍ଭାବନା ରହିଛି। ଏବେ ମଧ୍ୟ ସମ୍ବଲପୁର ଜିଲାର ରେଙ୍ଗାଲି ଓ ଯୁଯୁମୁରା ଥାନା ଗୁଡିକରେ କୌଣସି ଇନିସ୍ପେକ୍ଟରଙ୍କୁ ନିଯୁକ୍ତି ଦିଆ ନ ଯାଇ ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ କାମ ଚଳାଯାଉଛି। ଜିଲାର ୫ଟି ପ୍ରମୁଖ ଥାନାର ଅଧିକାରୀମାନେ ପଦୋନ୍ନତି ପରେ ପୁର୍ନବାର ଯଦି ସେହି ପନ୍ଥା ଅବଲମ୍ବନ କରାଯାଇ ଥାନା ଗୁଡିକୁ ଭାରପ୍ରାପ୍ତ ଅଧିକାରୀଙ୍କ ହାତରେ ଛଡା ଯାଏ ତାହା ହେଲେ ପୁର୍ବରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଡି ଗୁଡ କହୁଣୀକୁ ଭଳିଆ ଅବସ୍ଥା ହେବାର ଆଶଙ୍କା କରାଯାଉଛି। ଏବେ ପର୍ଯ୍ୟନ୍ତ ଜିଲା ତଥା ରେଞ୍ଜ ସ୍ତର ମୁରବୀ ବିହୀନ ରହିଥିବା ବେଳେ ଯଦି ଆଗାମୀ ଦିନରେ ଥାନା ଗୁଡିକୁ ଭାରପ୍ରାପ୍ତ ବ୍ୟବସ୍ଥା ଜରିଆରେ କାର୍ଯ୍ୟ କରାଯାଏ ତାହା ହେଲେ ଅବସ୍ଥା ସାଂଘାତିକ ହୋଇଯିବ ବୋଲି ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ଉଦାସୀନତା ଯୋଗୁଁ ସମ୍ବଲପୁର ପୁଲିସ ଏବେ ଭାରପ୍ରାପ୍ତ ବ୍ୟବସ୍ଥାରେ ଭାରାକ୍ରାନ୍ତ ହୋଇ ରହିଥିବାରୁ ସମ୍ବଲପୁର ଜିଲା ଏବେ ଭଗବାନ ଭରସାରେ ରହିଛନ୍ତି ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories