www.samajalive.in
Saturday, December 6, 2025
14.1 C
Bhubaneswar

ଖରିଫ ଧାନ ଫସଲର କ୍ଷତିପୂରଣ ଦାବି 

ସମ୍ବଲପୁର  : ସମ୍ବଲପୁରର ଯୁଯୁମୁରା ପଞ୍ଚାୟତ ସମିତି ଅର୍ନ୍ତଗତ ଅଞ୍ଚଳରେ ୨୦୨୦ ମସିହାରେ ବର୍ଷା ଅଭାବରୁ ଖରିଫ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଏଣୁ ଲିପିଣ୍ଡା, କେଶାପାଲି, କାୟକୁଦ ଓ ଗଡଲୋଇସିଂ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଚାଷୀ ମାନଙ୍କ ଖରିଫ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ସେ ସମୟରେ ଏ ସର୍ମ୍ପକରେ ଚାଷୀ ମାନଙ୍କର ଅଭିଯୋଗ ପରେ ଅଞ୍ଚଳ ପରିଦର୍ଶନ କରାଯାଇଥିବା ବେଳେ କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ମିଳି ନାହିଁ। ଏଣୁ ଚାଷୀ ମାନେ ସାଂସଦଙ୍କ ପ୍ରତିନିଧି ସଶ୍ମିତା ଦେହୁରୀ ଙ୍କ ନେତୃତ୍ୱରେ ସମ୍ବଲପୁର ସ୍ଥିତ ପରିସଂଖ୍ୟାନ ବିଭାଗର ନିର୍ଦ୍ଦେଶକ ଙ୍କୁ ସାକ୍ଷାତକାର କରି କ୍ଷତିପୂରଣ ସକାଶେ ବିସ୍ତୃତ ଆଲୋଚନା କରିଥିଲେ। ଏଥି ସହ ଫସଲ ନଷ୍ଟର ରିପୋର୍ଟ ସରକାରଙ୍କୁ ପ୍ରେରଣ କରିବା ପାଇଁ ଚାଷୀ ମାନେ ଦାବି କରିଥିଲେ। ସମ୍ବଲପୁରରେ ଅବସ୍ଥାପିତ ଉପ ନିର୍ଦ୍ଦେଶକଙ୍କୁ ସାକ୍ଷାତକାର ସମୟରେ ଅଶ୍ୱିନୀ କୁମୁରା, ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ଚାଷୀ ମାନେ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories