www.samajalive.in
Saturday, December 13, 2025
27.1 C
Bhubaneswar

ବଙ୍ଗଲାପଡାରେ ଯୁବକଙ୍କୁ ନୃଶଂସ ହତ୍ୟା

ସମ୍ବଲପୁର: ସମ୍ବଲପୁରରେ ଆଇନ ଶୃଙ୍ଖଳାକୁ ସୁଧାରିବାର ପ୍ରୟାସ କରୁଥିବା ପୁଲିସ ପ୍ରଶାସନ ଦେଖାଉଥିବା ବେଳେ କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ ପରିଲକ୍ଷିତ ହେଉ ନାହିଁ। ଅବାଧ ନିଶା କାରବାର, ହତ୍ୟା, ଲୁଟ, ଗୋଷ୍ଠୀ ସଂଘର୍ଷ ଭଳି ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ଥମିବାର ନାମ ଧରୁ ନାହିଁ। ଏଭଳି ଏକ ଘଟଣାରେ ସ୍ଥାନୀୟ କ୍ଷେତରାଜପୁର ଥାନା ଅର୍ନ୍ତଗତ ବଙ୍ଗଲାପଡା ଠାରେ ଜଣେ ଯୁବକ ଙ୍କୁ ରବିବାର ବିଳମ୍ବିତ ରାତ୍ରିରେ ନୃଶଂସ ଭାବରେ ହତ୍ୟା କରାଯାଇଛି। ପ୍ରାପ୍ତସୂଚାନୁଯାୟୀ, ଗତକାଲି ରାତ୍ର ପ୍ରାୟ ସାଢ଼େ ୧୧ଟା ସମୟରେ ବଙ୍ଗଲାପଡା ଠାରେ ରହୁଥିବା ଛତିଶଗଡ ରାଜ୍ୟର ମୂଳ ନିବାସୀ ତଥା ପେଶାରେ ଦିନ ମଜୁରିଆ ଦ୍ୱାରିକା ରାତ୍ରେ ନାମକ ୨୬ ବର୍ଷିୟ ଯୁବକ ଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ତାଙ୍କ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ଛାତିରେ ନିର୍ମମ ଭାବରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି। ଯୁବକ ଙ୍କୁ ତାଙ୍କର ଘରୁ ମାତ୍ର ୫୦ ମିଟର ଦୂରରେ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଆହତ ହୋଇ ସେ ଘରକୁ ପହୁଞ୍ôଚ ତଳେ ପଡି ଯାଇଥିଲେ। ଆକ୍ରମଣ କରାଯାଇଥିବା ସ୍ଥଳରେ ମୃତକ ଙ୍କ ମୋବାଇଲ, ଚପଲ ଆଦି ପଡି ରହିଥିଲା। ଘଟଣା ସର୍ମ୍ପକରେ ସ୍ଥାନୀୟ ଅଧିବାସୀଙ୍କ ନିକଟରୁ ପୁଲିସ ଖବର ପାଇ ପହୁଞ୍ôଚ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସର୍ମ୍ପକରେ କ୍ଷେତରାଜପୁର ଥାନାରେ ମାମଲା ସଂଖ୍ୟା ୨୪୨/୨୦୨୧ ରୁଜୁ କରାଯାଇ ସୋମବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରାଯାଇଛି ବୋଲି ଥାନାଧିକାରିଣୀ କହିଛନ୍ତି।

 

- Advertisement -

ଅପରପକ୍ଷରେ ପୁଲିସ ଘଟଣା ପରେ ସକ୍ରିୟ ହୋଇ ଅଞ୍ଚଳରେ ଲାଗି ଥିବା ସିସିଟିଭି ଫୁଟେଜ ସମେତ ବିଭିନ୍ନ ସୂତ୍ରରୁ ହତ୍ୟାକାରୀ ଙ୍କ ବିଷୟରେ ତଥ୍ୟ ଯୋଗାଡ କରୁଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବାର ପୁଲିସ ଅନୁମାନ କରୁଥିବା ବେଳେ ବାରମ୍ବାର ସମ୍ବଲପୁରରେ ହତ୍ୟା ଘଟଣା ଘଟିବା ଦ୍ୱାରା ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ଏହି ଘଟଣାରେ ପୁଲିସକୁ କୌଣସି ଠୋସ ତଥ୍ୟ ହତ୍ୟାକାରୀ ଙ୍କ ସର୍ମ୍ପକରେ ୨୦ ଘଣ୍ଟା ପରେ ମଧ୍ୟ ମିଳି ପାରି ନ ଥିବାରୁ ଅନ୍ଧକାରରେ ବାଡି ବୁଲାଉଥିବାର ଜଣାପଡିଛି। ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ମଧ୍ୟରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ହତ୍ୟା ଓ ମରଣାନ୍ତକ ଆକ୍ରମଣ ଘଟଣା ବୃଦ୍ଧି ପାଇଥିବା ବେଳେ ପୁଲିସ ଅପରାଧିକ ଘଟଣା ଘଟିବା ପରେ ସକ୍ରିୟ ହେଉଛି। ପୁଲିସ କେବଳ ହେଲମେଟ, ମାସ୍କ ଚେକିଂ ଓ ମଦୁଆ ଧରା ଅଭିଯାନ ଚଳାଇ ଭାବମୂର୍ତ୍ତି ସୁଧାର କରିବାର ଶତଚେଷ୍ଟା ଚଳାଇଥିବା ବେଳେ ଅପରାଧିକ ଘଟଣା ଗୁଡିକର ମୂଳ ଉପରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛି। ଏଣୁ ଭାବମୂର୍ତ୍ତି ସୁଧାର ଅଭିଯାନ ଛାଡି ପୁଲିସ ପ୍ରକୃତରେ ଅପରାଧି ଦମନ ଅଭିଯାନ ହିଁ ଉର୍ଦ୍ଧଗାମୀ ଅପରାଧିକ ଘଟଣା ଗୁଡିକୁ ରୋକିବାରେ ପ୍ରଭାବୀ ହେବ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories