www.samajalive.in
Thursday, December 11, 2025
18.1 C
Bhubaneswar

ଚୌଦ୍ୱାରରେ ଭାରତ ବନ୍ଦ୍ ଶାନ୍ତିପୂର୍ଣ୍ଣ

ଚୌଦ୍ୱାର : କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ୍ ବିରୋଧରେ କଂଗ୍ରେସ ଦଳ ସମର୍ଥନରେ କମ୍ୟୁନିଷ୍ଟ ଦଳ ତରଫରୁ ସୋମବାର ଦିନ ଡକରା ଦିଆ ଯାଇଥିବା ଭାରତବନ୍ଦ ଚୌଦ୍ୱାର ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ସିପିଆଇ(ଏମ୍)ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ଜୟ ସିଂ, ଚୌଦ୍ୱାର ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରା, ପୁରୁଖା କଂଗ୍ରେସ ନେତା କୈଳାସ ଚନ୍ଦ୍ର ବରାଳ, ହରିହର ପରିଡ଼ା, କିଶୋର ସାମଲ,ରାଜୀବ ମହାନ୍ତି ଆଦିଙ୍କ ନେତୃତ୍ୱରେ ଉଭୟ ଦଳର ବହୁ ସଂଖ୍ୟକ ନେତା ଓ କର୍ମୀ ଗାନ୍ଧୀ ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ନାରାବାଜି କରିଥିଲେ । ଫଳରେ ରାସ୍ତାରେ ବହୁ ସଂଖ୍ୟକ ଗାଡ଼ି ମଟର ଅଟକି ରହିଥିଲା। ଦୀର୍ଘ ୫ଘଣ୍ଟା ଧାରଣା ପରେ ସ୍ଥାନୀୟ ପୁଲିସ୍ ଆନ୍ଦୋଳନକାରୀ ମାନଙ୍କୁ ଗିରଫ କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ୍ ହୋଇଥିଲା। ତେବେ ଚୌଦ୍ୱାର ଅଞ୍ଚଳରେ ଦୋକାନ ବଜାର ଖୋଲା ଥିବା ବେଳେ ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସୂଚାରୁ ରୂପେ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଥିଲା ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories