www.samajalive.in
Saturday, December 6, 2025
26.1 C
Bhubaneswar

ଆରଟିଓ ଦଲାଲ ଗିରଫ, ଜେରକ୍ସ ଦୋକାନ ଆଳରେ ଚାଲିଥିଲା କାରବାର

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଅପରାଧିକ ଓ ଅନୈତିକ କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାରେ ପ୍ରଶାସନ ଓ ପୁଲିସ ସଫଳ ହେଉ ନାହାନ୍ତି। ପରିବହନ ବିଭାଗ ପକ୍ଷରୁ ଦିଆଯାଉଥିବା ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ କରିବା ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଗଲେ ଯାଇ ହିଁ କାମ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା। ଫଳରେ ପୁଲିସ ବାଧ୍ୟ ହୋଇ ଜିଲାପାଳ ଙ୍କ ଆବାସ ସନ୍ନିକଟରେ ରହିଥିବା ପୁରୁଣା ଆଞ୍ଚଳକି ପରିବହନ କାର୍ଯ୍ୟାଳୟ ନିକଟରେ ରହିଥିବା ଏକ ଜେରକ୍ସ ଦୋକାନରେ ଶନିବାର ପୂର୍ବାହ୍ନରେ ଚଢ଼ଉ କରିଥିଲା। ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ରହିଥିବା ଏହି ଜେରକ୍ସ ଦୋକାନ ଜରିଆରେ ପରିବହନ ବିଭାଗର ଦଲାଲ ରୂପେ କାର୍ଯ୍ୟରତ ବିନାଖଣ୍ଡି ନିବାସୀ ଜନ୍ମଜେୟ କଠାର (୪୫) ଓ ଦୋକାନ ମାଲିକ ଶୁଭ୍ରାଂଶୁ ବନଛୋର (୩୪) ଙ୍କୁ ଧରିବାରେ ସଫଳ ହୋଇଥିଲା। ଉଭୟ ଙ୍କ ଠାରୁ ଏକ ଲାପଟଫ କମ୍ପ୍ୟୁଟର ସମେତ ବିଭିନ୍ନ ବ୍ୟକ୍ତି ଙ୍କ ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ, ଫିଟନେସ, ଆଧାର କାର୍ଡ ଇତ୍ୟାଦି ସମୁଦାୟ ୧୫୦ଟି କାଗଜପତ୍ର ଜବତ କରିଛି। ଏ ସର୍ମ୍ପକରେ ଟାଉନ ପୁଲିସ ମାମଲା ସଂଖ୍ୟା ୩୭୮/୨୦୨୧ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ମିଳିଥିବା ସାମଗ୍ରୀ ଗୁଡିକୁ ଜବତ କରିଛି। ସମ୍ବଲପୁର ପୁଲିସ ବେଆଇନ ଦଲାଲି କାରବାର ଉପରେ କଡା ନଜର ରଖି ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରିଛି ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ସୂଚନା ପ୍ରଦାନ କରିଛନ୍ତି।

୨୦୧୯ ସେପ୍ଟେମ୍ବର ମାସରେ ସଂଶୋଧିତ ନୂତନ ମୋଟର ଯାନ ଆଇନ ୨୦୧୯ ଲାଗୁ ହେବା ପରେ ଜନତାଙ୍କ ମନରେ ଛନକା ପଶି ଯାଇଛି। ପ୍ରଥମେ କିଛି ମାସ ରାଜ୍ୟ ସରକାର ଏହି ଆଇନ ଲାଗୁ କରିବାରେ କୋହଳ କରିଥିବା ବେଳେ ଏବେ ପୁଲିସ ନିୟମିତ ରାଜସ୍ୱ ବିଭାଗ ପରି ବିଭିନ୍ନ ସ୍ଥାନରେ ବ୍ଲକିଂ କରି ମୋଟା ଅଙ୍କରରେ ଜରିମାନା ଆଦାୟ କରୁଛି। ଏଣୁ ଯାନବାହାନ ମାଲିକ ଓ ଚାଳକ ମାନେ ସେମାନଙ୍କର ପରିବହନ ସର୍ମ୍ପକୀତ କାଗଜ ଗୁଡିକୁ ଠିକ କରି ନେବା ପାଇଁ ନିୟମିତ ଭିଡ ଲଗାଉଛନ୍ତି। ଏହାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ଙ୍କ ସମେତ କିଛି ଦଲାଲ ଜନତାଙ୍କୁ ହରିଲୁଟ ଚଳାଇ ଆସି ପରିବହନ ବିଭାଗରେ କାର୍ଯ୍ୟ କରାଇବା ନାମରେ ମୋଟା ଅଙ୍କରର ଟଙ୍କା ଠକେଇ କରୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଏଭଳି ଚଢ଼ଉ ପୁଲିସ ପକ୍ଷରୁ କରାଯାଇ କିଛିଟା ତଳିଆ ଦଲାଲ ମାନଙ୍କୁ ଗିରଫ କରାଯାଇଥିବା ବେଳେ ବଡ ଦଲାଲ ମାନଙ୍କ ଉପରେ ହାତ ପକାଇବାକୁ ସେ ସମୟରେ ପଛଘୁଞ୍ଚା ଦେଇଥିଲା। ଗତ ବର୍ଷ ୬ ଜଣ ଦଲାଲ ଙ୍କୁ ଧରିଥିବା ବେଳେ ଫେବୃଆରୀ ୨୭ ତାରିଖରେ ସମ୍ବଲପୁର ପୁଲିସ ନକ୍ସପାଲି ଅଞ୍ଚଳରୁ ଜଣେ ଦଲାଲ ଙ୍କୁ ଧରିବା ପରେ ଏହି ଅଭିଯାନ ଥଣ୍ଡା ପଡି ଯାଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories