www.samajalive.in
Sunday, December 7, 2025
14.1 C
Bhubaneswar

ବଣୁଆ ହାତୀ ଉପଦ୍ରବ ଜାରି : ଭାଙ୍ଗିଲା ଲୋକଙ୍କ ଘର

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୋମୁରା ବ୍ଳକର ହାତିବାରୀ ଠାରେ ପୁଣି ବଣୁଆ ଦନ୍ତାହାତୀ ଉପଦ୍ରବ କରି ଲୋକଙ୍କ ଘର ଭାଙ୍ଗିଛି। ହାତିବାରୀ ଟେଙ୍ଗପଡା ଠାରେ ବଣୁଆ ହାତୀ ଉପଦ୍ରବ କରି ଲୋକଙ୍କ ଘର ଭାଙ୍ଗିବା ପରେ ପୁଣି ଥରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁସାରେ ଗତକାଲି ରାତିରେ ବଣୁଆ ଦନ୍ତାହାତୀ ଉପଦ୍ରବ କରି ହାତିବାରୀ ଟେଙ୍ଗପଡାର ଅନ୍ତ ଭୋଇ, ମନୋଜ ଭୋଇ, ଶ୍ରୀହରି ନାଏକଙ୍କ ଘର ଭାଙ୍ଗିଥିବା ସହ କ୍ଷୟକ୍ଷତି କରିଛି। ତେବେ କ୍ଷତିଗ୍ରସ୍ତ ପରିବାର ସହ ସାଧାରଣ ଲୋକେ ଏହି ଅଞ୍ଚଳରେ ଜାରି ରହିଥିବା ବଣୁଆ ହାତୀ ଉପଦ୍ରବ ଘଟଣା ଅସନ୍ତୋଷ ଜାହିର କରିବା ସହ ବନବିଭାଗର ଅପାରଗତାକୁ ଦାୟି କରିଛନ୍ତି । ସ୍ଥାନୀୟ ଲୋକେ ହାତୀ ଉପଦ୍ରବ ପାଇଁ ଅଞ୍ଚଳରେ ପ୍ରତିଦିନ ଧନଜୀବନ କ୍ଷୟକ୍ଷତି ହେଉଥିବା ବେଳେ ସମସ୍ୟାର‌ ସ୍ଥାୟୀ ସମାଧାନ ସହ କ୍ଷତିପୂରଣ ପ୍ରଦାନ ଶୀଘ୍ର ଦେବାକୁ ବନବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories