www.samajalive.in
Wednesday, November 19, 2025
18.1 C
Bhubaneswar

ଲୁହା ଛଡ ସହିତ ଟ୍ରକ ଲୁଟ : ୨ ଗିରଫ

ସମ୍ବଲପୁର: ସ୍ଥାନୀୟ ଶାସନ ଥାନା ଅର୍ନ୍ତଗତ ମାଝିପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରୁ ଗତ ୧୧ ତାରିଖରେ ୫ ଜଣ ବ୍ୟକ୍ତି ଏକ ଲୁହା ଛଡ ଓ ବାଇଣ୍ଡିଂ ତାର ଭର୍ତ୍ତି ଟ୍ରକକୁ ଲୁଟ କରିଥିଲେ। ଏହି ଘଟଣାରେ ଲୁଟ ଟ୍ରକକୁ ପୁଲିସ ଲୁହା ଓ ତାର ସହିତ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ପୁଲିସର ସୂଚନାନୁଯାୟୀ, ଗତ ୧୧ ତାରିଖରେ କୁଜଙ୍ଗ ନିବାସୀ ବସନ୍ତ କୁମାର ବିଶ୍ୱାଳଙ୍କ ଟ୍ରକରେ ୩୦ ଟନ ଲୁହା ଛଡ ଓ ବାଇଣ୍ଡିଂ ତାର ନେଇ ଯାଉଥିବା ବେଳେ ମାଝିପାଲି ଠାରେ ଅଚାନକ ଏକ କାରରେ ୫ ଜଣ ବ୍ୟକ୍ତି ଆସି ଉକ୍ତ ଟ୍ରକକୁ ଅଟକାଇ ଥିଲେ। ଟ୍ରକର ଚାଳକଙ୍କୁ ପ୍ରବଳ ମାଡ ମାରିବା ସହିତ ଉକ୍ତ ଗାଡିକୁ ରାଞ୍ଚି ରୋଡ ଦେଇ ଝାଡଖଣ୍ଡ ରାଜ୍ୟକୁ ନେଇ ଯାଇଥିଲେ।
ଲୁଟ ଟ୍ରକକୁ ଝାଡଖଣ୍ଡକୁ ନେଇ ଯାଉଥିବା ସମୟରେ ବାମରା ନିକଟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଡି ଚାଳକଙ୍କୁ ଏକ ଗଛରେ ରଶି ସାହାଯ୍ୟରେ ବାନ୍ଧି ଓ ତାଙ୍କର ମୋବାଇଲକୁ ନେଇ ଚମ୍ପଟ ମାରିଥିଲେ। ଟ୍ରକର ମାଲିକଙ୍କ ଅଭିଯୋଗ କ୍ରମରେ ଶାସନ ଥାନାରେ ମାମଲା ସଖ୍ୟା ୧୭୩/୨୦୨୩ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଝାଡଖଣ୍ଡ ରାଜ୍ୟର ସିମଡେଗା ରୁ ଟ୍ରକ ଓ ଚୋରି ସାମଗ୍ରୀ ଗୁଡିକ ସମ୍ବଲପୁର ପୁଲିସର ଏକ ସ୍ୱତନ୍ତ୍ର ଦଳ ଜବତ କରିବା ସହିତ ଲୁଟରେ ସାମିଲ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ଶ୍ରୀବାସ୍ତବ ଏବଂ ଚୋରି ସାମଗ୍ରୀ କିଣିଥିବା ରାମ କୃଷ୍ଣ କୁମାରଙ୍କୁ ଗିରଫ କରିଛି। ପୁଲିସ ଏଥି ସହ ଲୁଟରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି ପୁଲିସ ବୁଧବାର ଅଦାଲତକୁ ଚାଲାଣ କରିଛି।

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories