www.samajalive.in
Sunday, December 14, 2025
26.1 C
Bhubaneswar

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ଦାବି

ସମ୍ବଲପୁର : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ଆରଏନଆଇ ଦ୍ୱାରା ପଞ୍ଜୀକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ କରିବାକୁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକରେ ଦାବି କରାଯାଇଛି। ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ସଭାଗୃହରେ ଆୟୋଜିତ ଏହି ସାଧାରଣ ପରିଷଦ ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରକାଶକ ଓ ସମ୍ପାଦକମାନେ ଉପରୋକ୍ତ ଦାବି ଉପରେ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞାପନ ନୀତି ପାଳନ କରା ନ ଯାଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକୁ ମାରିଦେବାର ଚକ୍ରାନ୍ତ କରାଯାଉଛି ବୋଲି ମତ ପ୍ରକାଶ କରିଥିଲେ। ମହାସଂଘର ସଭାପତି ତଥା ନବୀନ ସମ୍ବାଦପତ୍ରର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସରକାର କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରକୁ ବିଜ୍ଞାପନ ଦେବା ସମ୍ପର୍କରେ ଏକ ନୀତି ପ୍ରଣୟନ କରିବା ଅନୁରୋଧ କରାଯାଇଥିଲା। ଶତକଡା ୩୫ ଭାଗ ଓ ଶତକଡା ୧୫ ଭାଗ ମୋଟ ବିଜ୍ଞାପନ ଦେୟରୁ ଦିଆଯିବା ପାଇଁ ବିଜ୍ଞାପନ ନୀତିରେ ସ୍ପଷ୍ଟ ଲେଖାଯାଇଥିବା ବେଳେ ସରକାର ଏହାର ଖିଲାପ କରୁଥିବାରୁ ଧିରେ ଧିରେ ଏହି ସମ୍ବାଦପତ୍ର ଗୁଡିକ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରିବା ସହିତ ବନ୍ଦ ହେବାରେ ଲାଗିଛି। ଏଥି ପାଇଁ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିବା ସହିତ ସରକାର ଶୀଘ୍ର ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି। ଏହି ବୈଠକରେ ଅଗ୍ନିଶିଖାର ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡାଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ସଭାର ଆୟୋଜକ ଓ ଆବାହକ ଲାଲଶିଖାର ସମ୍ପାଦକ ଭଜରାମ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜନମୁଖର ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ଅନେକ ସୂଚନାର ସମ୍ପାଦକ ନିତ୍ୟ ନିରଞ୍ଜନ ପଣ୍ଡା, ଲୋକସଭାର ସମ୍ପାଦକ ସୁକଦେବ ପରିଡ଼ା, ନିଉପ୍ଲାନର ସମ୍ପାଦକ ବୀରେନ୍ଦ୍ର ପାଣିଗ୍ରାହୀ, ଜନସମୀକ୍ଷାର ସମ୍ପାଦିକା ସବିତା ମିଶ୍ର, ଅଭିନନ୍ଦନର ସମ୍ପାଦକ ଜଗଦିଶ ମିଶ୍ର ନିଜସ୍ୱ ବକ୍ତବ୍ୟ ପ୍ରଦାନ କରି କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ଗୁଡିକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହିତ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ମତ ଦେଇଥିଲେ। ବୈଠକରେ ପରଲୋକଗତ ମନୀଶାର ସମ୍ପାଦକ କୁମାର ହସନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଜନବୀଣାର ସମ୍ପାଦକ ଗୌରଶ୍ୟାମ ଭଞ୍ଜ, ମର୍ମର ସମ୍ପାଦକ ବନମାଳୀ ପାଣିଗ୍ରାହୀ, ପତଞ୍ଜଳିର ସମ୍ପାଦକ ପ୍ରଦୀପ କୁମାର ସାହା, ସାବର ଶ୍ରୀକ୍ଷେତ୍ରର ସମ୍ପାଦକ ଉମାକାନ୍ତ ଦାସଙ୍କ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ୩୫ ଜଣ ସମ୍ପାଦକ ସାମିଲ ହୋଇଥିଲେ।  ଗାୟତ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories