www.samajalive.in
Friday, December 12, 2025
27.1 C
Bhubaneswar

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ସମ୍ବଲପୁର : ଅବକାରୀ ବିଭାଗର ଗୁଇନ୍ଦା ଦଳ ପକ୍ଷରୁ ନିୟମିତ ଚେକିଂ ଅଭିଯାନ ସମୟରେ ସୋମବାର ଏକ ପିକଅପ ସମେତ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗର ସୂଚନାନୁଯାୟୀ, ସକାଳ ସମୟରେ ଚେକିଂ ସମୟରେ ଶାସନ ଚେକ ଗେଟ ନିକଟରେ ବିଜୁ ଏକ୍ସପ୍ରେସ ୱେ ଦେଇ ଯାଉଥିବା ଏକ ପିକଅପକୁ ଅବକାରୀ ଦଳ ଅଟକାଇଥିଲା। ଉକ୍ତ ଗାଡିକୁ ଚେକିଂ ସମୟରେ ଗୁପ୍ତ ଚାମ୍ବରରେ ଲୁକ୍କାୟିତ ଭାବରେ ରଖାଯାଇ ଥିବା ୪ଟି ଜରି ବସ୍ତା ମଧ୍ୟରୁ ସମୁଦାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଗାଡି ଯୋଗେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ରାଜୟର ମୁର୍ସିଦାବାଦ ଜିଲା ନିବାସୀ ବିଟ୍ଟୁ ସରକାରଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ଅବକାରୀ ପୁଲିସ ମୋବାଇଲ, ପିକଅପ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଗଞ୍ଜେଇ ଗୁଡିକୁ ଅବୈଧ୍ୟ ଭାବରେ ଚାଲାଣକାରୀ ବୌଦ୍ଧ ଜିଲାରୁ ଝାରଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳକୁ ଚାଲାଣ କରୁଥିଲେ। ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ଅନ୍ୟାନ୍ୟ ସମାଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି ବୋଲି ଡିଏସପି ବିପ୍ର ଚରଣ ମଣ୍ଡଳ କହିଛନ୍ତି।

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories