www.samajalive.in
Friday, December 12, 2025
27.1 C
Bhubaneswar

ସାପ କାମୁଡ଼ାରେ ଦୁଇ ଭାଇ ମୃତ

ଦେବଗଡ଼ : ସାପ କାମୁଡ଼ାରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦେବଗଡ଼ରେ ଜାଙ୍ଗଲିକୁଦର ଗାଁରେ ଶୋଇଥିବା ବେଳେ ବିଷାକ୍ତ ଚିତି ସାପ ସାପ କାମୁଡ଼ିବାରୁ ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ବୟ ଦେବଗଡ଼ ଥାନା ଜାଙ୍ଗଲିକୁଦର ଗାଁର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ପୁତ୍ର ୧୪ ବର୍ଷୀୟ ଗୌରାଙ୍ଗ ଦେହୁରୀ ଓ ୮ ବର୍ଷୀୟ ସୌଭାଗ୍ୟ ଦେହୁରୀ। ଗତକାଲି ରାତିରେ ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଭୋରରେ ବିଷାକ୍ତ ଚିତି ସାପ ୨ପୁଅଙ୍କୁ ଚୋଟ ମାରିଥିଲା। ​‌ଦୁଇ ପୁଅଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories