ଡେସ୍କ: ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ରୂପେ ପରିଚିତ ନିଆଳି ମାଧବ ମନ୍ଦିରର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଏହି ପ୍ରାଚୀନ ମନ୍ଦିର ପରିଦର୍ଶନ କରିଛନ୍ତି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି। ସେ ମନ୍ଦିର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିରର ପୂଜକ, ସେବକ ଗୋଷ୍ଠୀ, ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀ ତଟରେ ଅବସ୍ଥିତ ଏହି ମନ୍ଦିରର ବିକାଶ ସହ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ପାରିପାର୍ଶ୍ଵିକ ଉନ୍ନତି ଦିଗରେ ସମ୍ଭାବ୍ୟ ପଦକ୍ଷେପ ନିଆଯିବା ସଂପର୍କରେ ମଧ୍ୟ ଡଃ. ମହାନ୍ତି ଆଲୋଚନା କରିଥିଲେ। ଏହି ଅବସରରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ଆଦିତ୍ୟ ପାଣି, ବିଶିଷ୍ଟ ଐତିହାସିକା ଓ ଲେଖିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ପରିବେଶବିତ୍ ପିତାମ୍ବର ରାଉତ, ସମିତି ସଭ୍ୟ ଅବିନାଶ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ବାବୁରାମ ମଲ୍ଲିକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
Popular Categories



