ହୀରାକୁଦ : ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍। ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ ମାତ୍ରା ବୃଦ୍ଧି ପାଉଥିବାରୁ ଆଉ ୪ଟି ଗେଟ୍ ଖୋଲିଛି। ରବିବାର ୫ଟି,ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଛି। ବାମ ପାଶ୍ୱର୍ରେ ୮ଟି ଏବଂ ଡାହାଣ ପାଶ୍ୱର୍ରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୧୪ .୦୪ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ। ଜଳଭଣ୍ଡାରରୁ ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
Popular Categories



