ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ଝାଙ୍କରପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ଶୀତଲେନପାଲିଠାରେ ନିଶା ବିରୋଧି ଅଭିଯାନ କ୍ରମରେ ଅବକାରୀ ଦଳ ଚଢ଼ଉ କରିଛି। ଶୁକ୍ରବାର ଏହି ଚଢ଼ଉ ଅଭିଯାନରେ ଶୀତଲେନପାଲି ନିବାସୀ ସୋନୁ ମିର୍ଦ୍ଧାଙ୍କ ନିକଟରୁ ଅବକାରୀ ପୁଲିସ ୩୦ ଲିଟର ଦେଶୀ ମଦ ଅବୈଧ ଭାବରେ ରଖାଯାଇଥିବା ସମୟରେ ଜବତ କରିଛି। ଏଣୁ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।



